ସୁରକ୍ଷା ଫିଜିଓଥେରାପି ପକ୍ଷରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ

କଳାହାଣ୍ଡି : ସୁରକ୍ଷା ଫିଜିଓଥେରାପି ପକ୍ଷରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ମହାଆଡମ୍ବର ସହକାରେ ପାଳିତ କରାଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ସୁରକ୍ଷା ଫିଜିଓଥେରାପି କେନ୍ଦ୍ର ଠାରେ ଆଶା ସଙ୍ଗଠନ ବାଲେଶ୍ୱରର ସମ୍ପାଦକ ଅମର କୁମାର ପାଲ ମହାଶୟଙ୍କ ତତ୍ୱାବଧାନରେ ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ଏହି ଦିବସରେ ମୁଖ୍ୟଅତିଥ୍‌ ଭାବେରେ ଏବିଓ ଗୋପୀନାଥ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥ୍‌ ଭାବରେ ସିଆର୍‌ସିସି ପ୍ରସନ୍ନ କୁମାର ସାହୁ, ଏମ୍‌ଆଇଏସ୍‌ ସନ୍ତୋଷ,ସରପଞ୍ଚ କର୍ଲାମୁଣ୍ଡା- ଶ୍ରୀମତି ସର୍ଣ୍ଣଳତା ସାହୁ, ସମାଜସେବୀ ଶେଷଦେବ ସାହୁ, ସୁରକ୍ଷା ଫିଜିଓଥେରାପି କେନ୍ଦ୍ର ଡଃ. ସୌମ୍ୟ ରଞ୍ଜନ ମହାନନ୍ଦ, ସଭାପତି ଗଗନ ବିହାରୀ ସାହୁ ଉପସ୍ଥିତ ଥିବା ଜଣାପଡ଼ିଛି । ଏହି ଦିବସରେ ଅନେକ ଗ୍ରାମରୁ ଆସିଥିବା ଦିବ୍ୟାଙ୍ଗ ବ୍ୟକ୍ତି ଓ ମହିଳାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ ଦିଗ୍‌ ଦର୍ଶନ ଦେବା ସହିତ ଫିଜିଓଥେରାଫିର ଉପକାରିତା ବିଷୟରେ ଅତି ନିଖୁଣ ଢଙ୍‌ଙ୍ଗରେ ବୁଝାଇ ଥିଲେ । ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ରେଶବ ନାରାୟଣ ସାହୁ । ତଦ୍ ସହିତ ସହଯୋଗ କରିଥିଲେ ସୁରକ୍ଷା ଫିଜିଓଥେରାପି କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସୁଶ୍ରୀ ତିଳୋତ୍ତମା ସାହୁ, ସହଯୋଗୀ ଡଃ ମୋତିଲାଲ ସାହୁ, ଏମ୍‌ଆର୍‌ ବିକାଶ ସାହୁ, ଏଚ୍‌ଆଇ ଶ୍ରୀମତୀ ଜ୍ୟୋସ୍ନାରାଣୀସାହୁ, ସହଯୋଗୀ କର୍ମୀ ଜ୍ୟୋତିପ୍ରଭା ସାହୁ, ଚନ୍ଦ୍ର ଶେଖର ସାହୁ ଓ ବିରେନ୍ଦ୍ର ସାହୁ । ଶେଷରେ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

Leave A Reply

Your email address will not be published.