ସପ୍ତାହ ବ୍ୟାପୀ କଳା ବ୍ୟାଚ୍‌ ପରିଧାନରେ ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଅଗଷ୍ଟ ୧୬ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କଳା ବ୍ୟାଚ ପରିଧାନ ଜାରି ରହିଛି । ଓଡିଶା ସରକାରଙ୍କ ପାଖରେ ବିଭିନ୍ନ ଦାବୀ ରଖି ମହାସଂଘ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେମାନେ କାର୍ଯ୍ୟରେ ଯୋଗଦାନ କରିବା ଦିନଠାରୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ସମସ୍ତ ପ୍ରକାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗ ପ୍ରଦାନ କରାଯିବାକୁ ସେମାନେ ଦାବୀ ରଖିଥିବା ବେଳେ ସେମାନଙ୍କ ପ୍ରତି ଓଡିଶା ସରକାରଙ୍କ ଉଦାସୀନତା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.