ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜଧାନୀ ଭୁବନେଶ୍ୱରରେ ଗୁରୁଶ୍ରୀ କେଳୁଚରଣ ମହାପାତ୍ରଙ୍କ ଅଡିଟରିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ବଲାଙ୍ଗିର ଜିଲ୍ଲାରୁ ମନୋନିତ ହୋଇ ଯାଇଥିବା ନଟରାଜ କଳାପରିଷଦ କଳା ପ୍ରଦର୍ଶନରେ ଜାତୀୟ ସ୍ତରରେ ପ୍ରଥମ ହୋଇଥିବାରୁ ବଲାଙ୍ଗିରରେ ଖୁସିର ଲହରୀ ଖେଳିଯାଇଛି । ବିଗତ ବର୍ଷରେ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ପାଇଥିବା ବେଳେ ଏ ବର୍ଷ ୨୦୨୫ରେ ପୁଣି ପ୍ରଥମ ସ୍ଥାନ ପାଇଥିବାରୁ କଳାକାରମାନଙ୍କ ମନରେ ଉତ୍ସାହ ଭରି ରହିଛି । ଏହି କଳା ପ୍ରଦର୍ଶନ କରିଥିବା ପଙ୍କଜିନି ପୋଡ, ଜ୍ୟୋତିରେଖା ବାଗ, ବିଶ୍ୱଜିତ ସାହୁ, ଲକ୍ଷ୍ମଣ ଠାକୁର, ଜିତ ମହାନନ୍ଦ, ଇନ୍ଦ୍ର ମହାନନ୍ଦ, ସୁବଲ ନାଏକ, ଐଶ୍ୱର୍ଯ୍ୟା ପୋଡ, ବିଶାଳ ନାଏକ ଓ ନଟରାଜ କଳା ପରିଷଦର ସଦସ୍ୟ କିଶୋର ଜାଲ, ରାମ ପ୍ରସାଦ ଦାସ, ବଳରାମ ରାଉତ, ସ୍ୱିଟି ସାହୁ, ଇତିଶ୍ରୀ ସେଠ, ସଭାପତି ହରିନାରାୟଣ ପୁଜାରୀ ଏବଂ ସଂପାଦକ ପ୍ରହଲ୍ଲାଦ ଦର୍ଜି ଓ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଓ ସତ୍ୟବ୍ରତ ଆଚାର୍ଯ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
Next Post