jayashree

ସଂଜ୍ୟୋତ କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ

  • ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ସଂଜ୍ୟୋତ କଳାକେନ୍ଦ୍ରର ୫ମ ବର୍ଷ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଜ୍ୟୋତ କଳାକେନ୍ଦ୍ର ସଂପାଦିକା ସଂଗୀତା ଦାଶଙ୍କ ଆବାହକତ୍ୱରେ ଆୟୋଜିତ ସଭାକୁ ପରିଚାଳନା କରିଥିଲେ ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ । ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତ ଓଡିଶାର କଣ୍ଠଶିଳ୍ପୀ ବେଶ ଘରେ ଘରେ ପରିଚିତ ଗୀତ ଏକଡା ଏକଡା ରା, ହାତି ଝୁଲଇରେ, କାହିଁ ରାମ କାହିଁ ସୀତା ଏବଂ ଏକ ହଜାରରୁ ଅଧିକ ଗୀତ ଗାଇ ବଲାଙ୍ଗିରରେ ବେଶ ଚର୍ଚ୍ଚିତ ଥିବା ବେଳେ ପଶ୍ଚିମ ଓଡିଶା ପ୍ରଡୁସର ଏସୋସିଏସନ ତରଫରୁ ଲାଇଫ୍‌ ଟାଇମ ଏବାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ଦୀର୍ଘ ୨ବର୍ଷ ହେଲାଣି କଳା, ସଂସ୍କୃତି ଓ କଳାକାରର ମହାକୁମ୍ଭ ସଦୃଶ୍ୟ ବଲାଙ୍ଗିରର ଲୋକ ମହୋତ୍ସବ ବନ୍ଦ ହୋଇ ଯାଇଥିବାରୁ ବିଭିନ୍ନ କଳାକାର ଓ ବୁଦ୍ଧିଜୀବୀ ଓ ରାଜନୀତି ଦଳ ଏ ଆଲୋଚନାରେ ଚର୍ଚ୍ଚା ହୋଇଥିଲା । ଆଗାମୀ ନଭେମ୍ବର ୧୯ ତାରିଖ ଦିନ ସନ୍ଧ୍ୟା ୪ଟା ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ କଳାକାର ଓ ବୁଦ୍ଧିଜୀବୀ ଏକଜୁଟ ହୋଇ ଲୋକ ମହୋତ୍ସବ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଅଜୟ ଦାସ, ଶାଶ୍ୱତ ତ୍ରିପାଠୀ, ମାନଭଞ୍ଜନ ମିଶ୍ର, ମଧୁସୁଦନ ନାୟକ, ମୁରଲି ପତି, ପ୍ରଭାକର ମିଶ୍ର, ଶରତ ମହାକୁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଳୟ ତ୍ରିପାଠୀ, ରାମ ଦାସ, ଦିଗାମ୍ବର ନାଏକ, ରୋଜିସ୍ମିତା ହୋତା, ସୋମନାଥ ମିଶ୍ର, ଲଳିତ ପୁଝାରୀ, ନବଘନ ଦାଶ, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ବାବୁ, ସୋମନାଥ ଯୋଷୀ, ମାଧବ ବାରିକ, ପ୍ରଶାନ୍ତ ମହାକୁର, ସୁରେଶ ଷଡଙ୍ଗି ଓ ଶେଷରେ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.