oom

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

jsmm

କନ୍ଧମାଳ, (କେପିଏନ୍‌ଏସ୍‌) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦେବ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ତତ୍ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ନବ ନିର୍ବାଚିତ କାଉନସିଲର ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ବସନ୍ତ ବେହେରା, ଜିଲ୍ଲା ଉପ ସଭାପତି ଅଜିତ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପରେଶ୍ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ଵର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ଵରଞ୍ଜନ ଦାସ, ମଣ୍ଡଳ ସଭାପତି ସୁଶାନ୍ତ ମହାନ୍ତି, ଆଦିତ୍ୟ କହଁର, ଜିତେନ୍ଦ୍ର ଡାକୁଆ ଏବଂ ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଭୋଗିଥିବା ଫୁଲବାଣୀର ରମେଶ ଚନ୍ଦ୍ର ସାହୁ, ନାଜିର ଆଖତାର, କମଳାକାନ୍ତ ପାଣ୍ଡେ ଓ ସୁବାସ ଚନ୍ଦ୍ର ବେହେରାଙ୍କୁ ଆମନ୍ତ୍ରିତ କରି ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ୧୯୭୫ ମସିହା ଜୁନ ମାସ ୨୫ ତାରିଖ ଦିନ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଜାତୀୟ ସ୍ତରରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହା ସାରା ଦେଶ ପାଇଁ ଏକ କଳଙ୍କିତ ଅଧ୍ୟାୟ ଥିଲା । ଉକ୍ତ ଦିବସକୁ ସ୍ମରଣ କରିବା ଓ ଆଗାମୀ ଦିନରେ ଦେଶରେ ଏପରି ପରିସ୍ଥିତି ନ ଆସୁ ଏଥି ନିମନ୍ତେ ବିଜେପି ସାରା ଦେଶରେ ଜୁନ ମାସ ୨୫ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଛି । ଏହି କଳା ଦିବସ ପାଳନକୁ ଆଗାମୀ ଦିନରେ ଲୋକମାନେ ଯେଭଳି ବହୁଳ ଭାବେ ପାଳନ କରିବେ ଏବଂ କଂଗ୍ରେସର ଅସଲ ମୁଖା ଖୋଲିବେ ତାହା ଶ୍ରୀ ପୁରୋହିତ ନିଜ ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠନେତା ଓ କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.