ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ କଳା ବ୍ୟାଚ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ସର୍ବୋପରି ସେମାନେ ଶୃଙ୍ଖଳିତ ଭାବେ ସରକାରୀ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚଳାଇ ଆସିଛନ୍ତି । ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ, ଗଞ୍ଜାମ ଶାଖା ତରଫରୁ ପ୍ରତି ବ୍ଲକରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ କଳା ବ୍ୟାଚ ପରିଧାନ କରି ଅନୁସୃତ ଗଣତାନ୍ତ୍ରିକ ଉପାୟରେ ନିଜର ଚାକିରି ସମ୍ବନ୍ଧୀୟ ବିଭିନ୍ନ ଦାବୀଗୁଡିକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି, ସେମାନଙ୍କର ମୁଖ୍ୟ ଦାବୀଗୁଡିକ ହେଲା – ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲୁ) ବଦଳରେ କୃଷି ସାମ୍ପ୍ରସାରଣ ଅଧିକାରୀ (ଏଇଓ).
ଗ୍ରେଡ ପେ ୨ ହଜାର ଟଙ୍କାରୁ ୪ହଜାର ୨ଶହ ଟଙ୍କାକୁ ବୃଦ୍ଧି କରିବା, ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ସହ ୬ ବର୍ଷ ଚୁକ୍ତିଭିତ୍ତିକ ସମୟ ସୀମାକୁ ମୂଳ ଚାକିରିରେ ଗଣନା କରିବା, ଚାକିରି କାଳ ମଧ୍ୟରେ ୩ ରୁ ୪ ଗୋଟି ପଦୋନ୍ନତି କରିବା, ଗ୍ରାମ ପଞ୍ଚାୟତରେ କାର୍ଯ୍ୟାଳୟ ସହ କମ୍ପୁଟର ପ୍ରଦାନ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ୍‌ ଚାର୍ଟ ଘୋଷଣା ଇତ୍ୟାଦି ଦାବୀ ନେଇ ଶୁକ୍ରବାର ଏହି ଶୃଙ୍ଖଳିତ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ଗଞ୍ଜାମ ଶାଖାର ସମ୍ପାଦକ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା ଓ ଏସ. ରୋଜାଲିନ ପାତ୍ର କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଗତ ୧୨ / ୭/ ୨୩ ରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ କରିବା ପାଇଁ ଗଞ୍ଜାମ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.