କାଳ ବୈଶାଖୀ ପାଇଁ ଛତ୍ରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀ ପାଇଁ ଛତ୍ରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଛତ୍ରପୁର ବ୍ଲକରେ ବିଦ୍ୟୁତ ଖୁଣ୍ଟ ଓ ତାର ଉପରେ ବଡ଼ ବଡ଼ ଗଛ ପଡ଼ି ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଚ୍ଛିନ ହୋଇପଡିଛି । ଫଳରେ ସୋମବାର ସନ୍ଧ୍ୟାରେ ଲୋକମାନେ ପାଣି ଓ ବିଦ୍ୟୁତ ସେବାରେ ବଞ୍ଚିତ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି, ଛତ୍ରପୁର ବ୍ଲକର ହୁମର ଗ୍ରାମରେ ସକାଳେ ଘରକୁ ଘର ପାଣି ଛଡା ଯାଉନାହିଁ, ଏବେ କିଛିଦିନ ହେଲା ସନ୍ଧ୍ୟାରେ ପାଣି ଛଡାଯାଉଛି । କିନ୍ତୁ ସୋମବାର ସନ୍ଧ୍ୟାରେ କାଳ ବୈଶାଖୀ ପାଇର୍ ସବୁ କ୍ଷୟକ୍ଷତି ଘଟିବା ସାଂଗକୁ ବିଦ୍ୟୁତ ବିଚ୍ଛିନ ହୋଇଯିବା ଫଳରେ ହୁମର ଗ୍ରାମର ଲୋକମାନେ ସନ୍ଧ୍ୟାରେ ପିଇବା ପାଣି ଆଉ ସେହି ଦିନ ତମାମ ପାଇ ନଥିଲେ । ରାତିରେ ବିଦ୍ୟୁତ ସେବାରୁ ଦୀର୍ଘ ସମୟ ଯାଏଁ ବଞ୍ଚିତ ହୋଇ ବହୁ ହନ୍ତସନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି ଛତ୍ରପୁର ବ୍ଲକ ଅନ୍ତର୍ଗତ ପାଲିଆଛତ୍ରପୁର, ବାଟ ଛତ୍ରପୁର, ଟାକିରିଆ ବ୍ରହ୍ମପୁର, କଣମଣା, ପୋଡାପଦର ଗ୍ରାମପଞ୍ଚାୟତ ଅଞ୍ଚଳରେ ଆମ୍ବଗଛରୁ ବହୁପରିମାଣରେ ଆମ୍ବ ଝଡିପଡ଼ି ନଷ୍ଟ ହୋଇଯାଇଛି । ସେହିପରି କାଜୁ ଓ ବିଭିନ୍ନ ପ୍ରକାର ଉଦ୍ୟାନ କୃଷି ନଷ୍ଟ ହୋଇଥିବା ପ୍ରାଥମିକ ଆକାଳନରୁ ଜଣାପଡିଛି ।

Leave A Reply

Your email address will not be published.