କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ଜାତୀୟ ସେବା ଶିବିର ଆନୁକୂଲ୍ୟରେ ଗତ ୧୭ ତାରିଖରୁ ଚାଲିଥିବା ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମଟି ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ନିଜେ ଗାତ ଖୋଲି ୩୧୫ଟି ବୃକ୍ଷରୋପଣ କରିଛନ୍ତି । କଲେଜ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଫଳଗଛ ରୋପଣ କରାଯାଇଛି । ଏହା ସହିତ କଲେଜ ପଡିଆର ଚାରିପଟେ ଏବଂ କୁଶଙ୍ଗରୁ ସିଙ୍ଗାଣିମୁଣ୍ଡାକୁ ସଂଯୋଗ କରିଥିବା ରାସ୍ତା କଡରେ ବୃକ୍ଷରୋପଣ ହୋଇଛି । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ଜିଲ୍ଲା ଯୋଜନା ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ ବୃକ୍ଷର ମହତ୍ତ୍ୱ କଥା କହି ନିର୍ଦ୍ଧିଷ୍ଟ ପିଲାଙ୍କୁ ନିର୍ଦ୍ଧିଷ୍ଟ ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ଡକ୍ଟର ଲକ୍ଷ୍ମଣ ମେହେର ପରିଚାଳନା କରିଥିଲେ ।

Leave A Reply

Your email address will not be published.