oom

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ପାଠଚକ୍ର କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ସଂପାନ୍ନର ଶୀର୍ଷକ ‘ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ୱାନ’ ଥିଲା । ପ୍ରଥମେ ବିଭାଗୀୟ ମୁଖ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରି ସଂପାନ୍ନର ବିଷୟବସ୍ତୁ ଉପରେ ସମସ୍ତଙ୍କୁ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଲଲାଟେନ୍ଦୁ ପ୍ରଧାନ, ଅଧ୍ୟାପିକା ଡ. ମାମତମୟୀ ଗୁରୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପଞ୍ଚମ ବର୍ଷର ଛାତ୍ରଛାତ୍ରୀ ଯୁବରାଜ, ସୋମେଶ, ବିନୋଦ, ବର୍ଷା, ଇନ୍ଦୁରେଖା, ସୁଜାତା, ଲିଲି, ରାକେଶ, ମାନବ, ଆଦିତ୍ୟ, ମିନାକ୍ଷୀ, ସୁଭ୍ରତା, ଅଲିପ, ପରିତୋଷ, ଜୟନ୍ତ, ଉମାକାନ୍ତ, ହରାଧନ, ଲିଜା, ମିଙ୍କି, ପ୍ରିୟଙ୍କା, ସୋମ୍ୟଜିତ ପ୍ରମୁଖ ତାଙ୍କର ନିର୍ବନ୍ଧ ଉପସ୍ଥାପନ କରିଥିଲେ ଏବଂ ବିଭାଗୀୟ ମୁଖ୍ୟ ବିଶ୍ଳେଷଣ କରି ବୁଝାଇଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା ।

jittmm
Leave A Reply

Your email address will not be published.