ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମର ଭୀମସେନ ପ୍ରଧାନଙ୍କ କନିଷ୍ଠ ସୁକନ୍ୟା ଅର୍ଚ୍ଚନା ପ୍ରଧାନ ଯିଏ କି ଖୋ ଖୋ କ୍ରୀଡାରେ ଓଡିଶା ପାଇଁ ଅନେକ ଥର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ ସହ ସର୍ବ ଭାରତୀୟ ଖୋ ଖୋ ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇ କବି ପ୍ରସନ୍ନ ପଟ୍ଟସାଣି ଉଚ୍ଚ ବିଦ୍ୟାଳୟ ଓ ଡେଲାଙ୍ଗ ପାଇଁ ଗୌରବ ଅଣିଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ମାନିତ କରାଇଛି ।

Leave A Reply

Your email address will not be published.