ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟ ଓ ଝାରବନ୍ଧର ଯୁବ ରେଡ୍‌କ୍ରସ୍ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ତଥା ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌ ତାପସ ସାହୁଙ୍କ ଉଦ୍ୟମରେ ଅନେକ ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା । ଏକ ସୁସ୍ଥ ଓ ସନ୍ତୁଳିତ ପରିବେଶ ଗଠନ କରିବା ସମସ୍ତଙ୍କ ମୌଳିକ ଦାୟିତ୍ଵ ଏବଂ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏହି ବସରରେ ଅଧ୍ୟାପକ ନବୀନ କୁମାର ମେହେର, ଗଗନ ବିହାରୀ ଦଂସନା, ଡଲଫିନ ସୁନା, ଅଶୋକ କୁମାର ହାତୀ, ଅଞ୍ଜନ ବରିହା, ବଲ୍ଲଭ ମିର୍ଦ୍ଧା, ପ୍ରକାଶ ପ୍ରଧାନ, ଦୁର୍ଯ୍ୟୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.