oom

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ଅଞ୍ଜଳି ଶତପଥିଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର ଉପସଭାପତି ପ୍ରଭାତୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ । ବିଦ୍ୟାଳୟର ସଭାପତି ଡକ୍ଟର ଜ୍ୟୋସ୍ନା ପଟ୍ଟନାୟକ ଓ ଡ଼କ୍ଟର କିଶୋରୀ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ବିଭାଗରେ ଜଗଦୀଶ ରଥ, ସୁସ୍ମିତା ମହାପାତ୍ର, ଅରୂପ ସୁବୁଦ୍ଧି, ସୁଶାନ୍ତ ରାଉତ ଛାତ୍ରଛାତ୍ରୀ ମାନଙ୍କର ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ସେହିପରି ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି ବିଭାଗରେ ବିଚାରକ ଭାବେ ଅରୁନ୍ଧତୀ ନନ୍ଦୀ, ସ୍ଵାଗତା ରଥ ଏବଂ ଡ. ସରିତା ମଲ୍ଲ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.