ସଦାଇପାଲି ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସଦାଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏବଂ କ୍ଲଷ୍ଟର ସି. ଆର୍‌. ସି. ସି. ନିରାକାର ସାଏଙ୍କ ପରିଚାଳନାରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ଗୁଇଁ, ଆଶାମୟୀ ଭୋଇ, ଝରଣା ପାଣି, ଶିଲା ମହାପାତ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ ଦେଇଥିଲେ । ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପ୍ରଥମ ଅଧିବେଶନରେ ସଦାଇପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ କରୁଣାକର ପଟେଲ ମୁଖ୍ୟ ଅତିଥି ଭାବରେ କର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଏ. ବି. ଇ.ଓ. ଶ୍ରୀକାନ୍ତ ଦେବତା ମଞ୍ଚାସୀନ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଗାଇଡ୍ ଶିକ୍ଷକ ମାନଙ୍କ ମିଳିତ ସହଯୋଗିତାରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା, ଖଇରପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.