om academy

ମା’ ରାମଚଣ୍ଡୀ ଟ୍ରଷ୍ଟ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନର ଯୁଗରେ ଯେତିକି କଂକ୍ରିଟ କୋଠା, ଅଟ୍ଟାଳିକାମାନ ହୁ ହୁ ହୋଇ ଗଢ଼ି ଉଠୁଛି, ଏହାର ଫଳସ୍ୱରୁପ ପରିବେଶ ଅବସ୍ଥା ଖୁବ୍ ଗମ୍ଭୀର ହେବାରେ ଲାଗିଛି । ପରିବେଶ ଅନୁକୂଳ ପରିବେଶ ବାତାବରଣ, ଅଦିନିଆ ଝଡ଼ ବର୍ଷା ହେଉଛି । ଠିକ୍ ସମୟରେ ବର୍ଷା ନହେବା ଏବଂ ଯଥେଷ୍ଟ ପରିମାଣରେ ବର୍ଷା ନହେବା ଫଳରେ ପରିବେଶ ଉତ୍ତପ୍ତ ହୋଇଉଠିଛି । ତେଣୁ ଯଥେଷ୍ଟ ପରିମାଣରେ ଆମ୍ଭେ ଗଛ ଲତା ଲଗାଇ କୁତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି ଜନ ସଚେତନତା ସୃଷ୍ଟି କରାଯାଇଛି । ଆମ ପରିବେଶରେ ଯେଉଁ ଅନୁପାତରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି, ସେହି ଅନୁସାରେ ଆମ୍ଭେ ଯଥେଷ୍ଟ ପରିମାଣରେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ମତପ୍ରକାଶ କରାଯାଇଛି । ସେହି କ୍ରମେ ଆଜି ତା ୦୫-୦୬-୨୦୨୪ରିଖ ଦିନ ବିଶ୍ୱ ପରିବେଶ ଦିବସ ଅବସରରେ ଛତ୍ରପୁର ନିକଟରେ ଥିବା ମା’ ରାମଚଣ୍ଡୀ ମନ୍ଦିର ପରିସରରେ ମା’ ରାମଚଣ୍ଡୀ ଟ୍ରଷ୍ଟ, ମନ୍ଦିର ପରିଚାଳନା କମିଟି, ପୂଜା କମିଟି, ଓଏସ୍‌ଏପି ଅଷ୍ଟମ ବାଟାଲିଆନର ସଦସ୍ୟ, ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ କଲେଜର ଛାତ୍ରଛାତ୍ରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଏସ୍‌ଏପି ଅଷ୍ଟମ ବାଟାଲିୟନର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାସ ଯୋଗଦେଇ ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ଭବିଷ୍ୟତରେ ପର୍ଯ୍ୟାପ୍ତ ମାତ୍ରାରେ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ । ସେହିପରି ଏଥିରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ବିନୋଦ ପାଢ଼ୀ, ଟ୍ରଷ୍ଟି ଟୁଲୁ ପଣ୍ଡା, ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଲ ପଣ୍ଡା, ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସ୍‌ଡ଼ିଜେଏମ୍‌ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ତ୍ରିପତି ବାଲାଜୀ ମିଶ୍ର ଓ କେ. ସତ୍ୟନାରାୟଣ ରେଡ୍ଡୀ, ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଲସିତ ବରଣ ବେହେରା, ରାଜେନ୍ଦ୍ର ବେହେରା, ଜୀବନ କୁମାର ମହାରଣା, ସନ୍ତୋଷ ପଣ୍ଡା, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ମାଧବ ସାସମଲ, ନାରାୟଣ ସାହୁ, ଜି. ଗାଉରେୟା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିର ମୁଖ୍ୟ ନୀଳମଣି ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ପ୍ରତିଭା କଲେଜର ଛାତ୍ରମାନଙ୍କୁ ଭବିଷ୍ୟତରେ ପରିବେଶର କିପରି ସୁରକ୍ଷା କରାଯିବ ତଥା ଛାତ୍ରମାନେ କିପରି ଭଲ ମଣିଷ ହୋଇ ପରିବେଶକୁ ସଜାଡିପାରିବେ ସେନେଇ ନିଜର ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ଭୂୟସୀ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.