ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ସେବା ଯୋଜନା ସୌଜନ୍ୟରୁ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ, କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ଭବାନୀ ପ୍ରିୟଦର୍ଶିନୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୫୦ ଜଣ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରି ବଉଳ, ପେସ୍ତା, ଆମ୍ବ, ଲିମ୍ଵ, ବାହାଡା, ଅଁଳା, ତାଳ ପ୍ରଭୃତି ୫୦ଟି ଚାରାରୋପଣ କରିଥିଲେ । ପରିବେଷବିତ୍‌ ଅପର୍ତ୍ତି ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.