oom

‘ମା’ ପାଇଁ ଗଛଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ମା ପାଇଁ ଗଛଟିଏ ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଭୟଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ଶିକ୍ଷାବିତ୍ ସନ୍ତୋଷ କୁମାର ମହାନ୍ତି ମୁଖ୍ୟ ଅତିଥି, କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ଵାଇଁ ବକ୍ତା, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ସମାଜସେବୀ ଜିତେନ୍ଦ୍ରନାଥ ପ୍ରଧାନ ଯୋଗଦେଇ ବର୍ତ୍ତମାନ ବୃକ୍ଷରୋପଣର ଆବଶ୍ୟକତା ଉପରେ ମା’ମାନଙ୍କୁ ବୁଝାଇଥିଲେ । ମା’ ମାନଙ୍କୁ ବିଦ୍ୟାଳୟ ତରଫରୁ ଆସିଥିବା ୧୫୦ଟି ଗଛ ବଣ୍ଟାଗଲା । ସେମାନେ ସେଗୁଡ଼ିକୁ ବାଡ଼ିରେ ଲଗାଇ ଯତ୍ନ ନେବା ପାଇଁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଶପଥ କରାଇଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଗଛର ଉପାଦେୟତା ସମ୍ବନ୍ଧୀୟ ‘ଗଛଟିଏ ମୁଁ ଗଛଟିଏ’ ନୃତ୍ୟ ପରିବେଷଣ କରିଥିଲେ । ଅତିଥି ଓ ଅନ୍ୟମାନେ କବିତା ମାଧ୍ୟମରେ ମା’ ମାନଙ୍କ ସମାଜରେ ଭୂମିକା ଓ ଗଛର ମହିମା କଥା ବର୍ଣ୍ଣନା କରିଥିଲେ । ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଏପରିପ୍ରେକ୍ଷୀରେ ବିଦ୍ୟାଳୟରେ ମଧ୍ୟ କିଛି ଚାରାରୋପଣ କରାଗଲା ।

jittmm
Leave A Reply

Your email address will not be published.