ପୂଜ୍ୟପୂଜା ସେବା ସଂଗଠନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ନିକଟସ୍ଥ କଢେଲ ଗ୍ରାମର ଜୟ ଜଗନ୍ନାଥ ଆଶ୍ରମର ମିଳିତ ଉଦ୍ୟମରେ ଜୟ ଜଗନ୍ନାଥ ଆଶ୍ରମରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଭୟ ସଂଗଠନର କର୍ମକର୍ତ୍ତାମାନେ ୫୦ ଗୋଟି ଆମ୍ବ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ଆଚାର୍ଯ୍ୟ ବିଷ୍ଣୁ ମୋହନ ଦାଶକର୍ମୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ମହତ କାର୍ଯ୍ୟରେ ତାରାଚାନ୍ଦ ସାହୁ, ଡୋଳାମଣି ରଣା, ପୁରୁଷୋତ୍ତମ ମାଝି, କିଶୋର ରଣା, ଗଣ୍ଡାଧର ବରିହା ଓ ଆଲୋକ ରଣା ସହଯୋଗ କରିଥିଲେ । ଶେଷରେ କ୍ଷୀରୋଦ ବିହାରୀ ଦାଶକର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.