oom

ହରେକୃଷ୍ଣ ମହତାବ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ଵାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏଠାରେ ପହଞ୍ଚିବା ପରେ ବନବିଭାଗ ତଥା ହାଇସ୍କୁଲ ଆଲୁମିନି ତରଫରୁ ତାଙ୍କୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ନିର୍ଦ୍ଧାରିତ ସ୍ଥାନରେ ସେ ବୃକ୍ଷରୋପଣ କରିଥିଲେ । ଗଛର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ସାଙ୍ଗକୁ ବ୍ୟାପକ ସବୁଜିମା ସୃଷ୍ଟି କରିବା ତଥା ଫଳଚାରା ରୋପଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ବନୀକରଣ ସଚେତନତା ସକାଶେ ବଲାଙ୍ଗିର ବନଖଣ୍ଡ ପକ୍ଷରୁ ଉଦ୍ଦିଷ୍ଟ ସେଲ୍ଫି ପଏଣ୍ଟରେ ବିଭାଗୀୟ ଅଧିକାରୀଙ୍କ ସହିତ ଫଟୋ ଉତ୍ତୋଳନ କରିବା ପରେ ଉପସ୍ଥିତ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ସମସ୍ତ ଶିକ୍ଷକ ତଥା କର୍ମଚାରୀ, ଆଲୁମିନି ସଦସ୍ୟ, ବରିଷ୍ଠ ନାଗରିକଙ୍କ ସମେତ ବଲାଙ୍ଗିର ଡିଏଫଓ ସୁଦର୍ଶନ ବେହେରା, ଏସିଏଫ ଜିତେନ୍ଦ୍ର ସାହୁ, ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ରେଞ୍ଜର ପାଉଲ ହରପାଳ, ଫରେଷ୍ଟର ବାବୁଲା ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.