ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ସରସ୍ୱତୀ ଶିଶୁ ମନ୍ଦିର ସେକ୍ଟର ୬ରେ ସହ-ସାଧାରଣ ସମ୍ପାଦିକା ନିରୁପମା ପତିଙ୍କ ଆବାହକତ୍ୱରେ ସାଧାରଣ ସମ୍ପାଦକ ଡ. ଉମାକାନ୍ତ ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ରାଜ୍ୟ ସଂଯୋଜକ ଅବସରପ୍ରାପ୍ତ ଜି. ଏମ୍. କୁମାର ବେହେରା ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଓ ବସୁଧୈବ କୁଟୁମ୍ବକଂର ସମ୍ପାଦକ ହରିହର ଶତପଥି, ଶିକ୍ଷାବିତ୍‌ ରାଜ କୁମାର ମହାନ୍ତି, କବ୍ୱି ଇ. ଅଶୋକ ପଟ୍ଟନାୟକ ତଥା ସମ୍ମାନିତ ବକ୍ତା ଭାବରେ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶିକ୍ଷାବିତ୍‌ ଡ. ସୁବାଷ ଲେଙ୍କାଙ୍କ ଉପସ୍ଥିତିରେ କରାଯାଇଥିଲା । ଏଥିରେ ଶିକ୍ଷାବିତ୍‌ ସୋମ୍ୟପ୍ରସାଦ ନନ୍ଦ, ଶିକ୍ଷାବିତ୍‌ ବିଜୟ ସାହୁ, ଗୌରୀ ପ୍ରଧାନ ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନେ ସହଯୋଗ ପ୍ରଦାନ କରିଥିଲେ । ଶିକ୍ଷାବିତ୍‌ ଉମାକାନ୍ତ ପଣ୍ଡାଙ୍କ ବେଦ ଓମ୍‌କାର ଧ୍ଵନି ସହିତ ନିରୁପମା ପତିଙ୍କ ସଂଯୋଜନାରେ ସୁନ୍ଦର କାର୍ଯ୍ୟକ୍ରମ କରାଇଥିଲେ । ଅତିଥିମାନେ ବୃକ୍ଷରୋପଣ ପରି ମହାପୂଣ୍ୟ କାର୍ଯ୍ୟକ୍ରମର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ପରିଶେଷରେ ବିବେକାନନ୍ଦ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଅତିଥିମାନେ ମତାମତ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.