ଜେଏସ୍‌ଏମ୍‌ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ କର୍ଯ୍ୟକ୍ରମ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ର ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ କର୍ଯ୍ୟକ୍ରମ ପ୍ରତିବର୍ଷ ବାଲାଙ୍ଗିର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଶୀତଳ ଷଷ୍ଠୀ ପାଳନ କରାଯାଏ । ଏହି ଉତ୍ସବରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଈଶ୍ୱରୀୟ ବିବାହ ସ୍ମରଣ କରାଯାଇଥାଏ । ଏହା ଏକ ପାଞ୍ଚ ଦିନିଆ ପର୍ବ ‘ପତ୍ର ପେଣ୍ଡି’ ରୀତିନୀତି ସହିତ ଆରମ୍ଭ ହୋଇଥାଏ । ଏହି ପର୍ବ ନିମନ୍ତେ ପ୍ରଚଣ୍ଡ ଉତ୍ତାପରେ ମଧ୍ୟ ଦୂର ସ୍ଥାନରୁଆସି ଥିବା ଭକ୍ତ ତାଥା ସ୍ରଧାଲୁମାନଙ୍କ ନିମନ୍ତେ ଜେଏସ୍‌ଏମ୍‌ର ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୁଣି ଶିକ୍ଷ୍ୟକ, ଶିକ୍ଷ୍ୟୟତ୍ରୀ ମାନଙ୍କ ଦ୍ୱାରା ରାସ୍ତା ଉପରେ ସରବତ ପାଣି ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ଚେୟାରମେନ୍ ସିଏ ଶ୍ରୀକାନ୍ତ ଶର୍ମା, ନିଦ୍ଦେଶିକା ସୁମନ ର୍ଶମା, ଉପଦେଷ୍ଟା ମନରଞ୍ଜନ ସାହୁ ଓ ଅଧ୍ୟକ୍ଷ୍ୟ ପିତବାସ ପଣ୍ଡା ଉପସ୍ଥିତ ରହିଥିଲେ ଓ ସରବତ ପାଣି ବଣ୍ଟନ କରିବାରେ ସାହାଯ୍ୟ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କଲେଜର ସମସ୍ତ କର୍ମକର୍ତ୍ତାମନେ ମଧ୍ୟ ଏହି କାର୍ଯ୍ୟରେ ଅତି ଆନନ୍ଦର ସହିତ ସାହାଯ୍ୟ ଓ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଶେଷରେ ଅନେକ ପ୍ରାଚୀନ ତଥା ବୟସ୍କ ବ୍ୟକ୍ତିମାନେ ମଧ୍ୟ ସରବତ ପାଣି ଗ୍ରହଣ କରିବା ସହିତ ଆନନ୍ଦରେ ଆର୍ଶିବାଦ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.