ପୃଥିବୀ ପୃଷ୍ଠର ଆର୍ଦ୍ରତା କମୁଥିବାରୁ କଇଁଛଙ୍କ ସଂଖ୍ୟା ଲୋପ ପାଉଛି : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡାଇନେସୋର ସମୟରୁ କଇଁଛଙ୍କ ସୃଷ୍ଟି ହୋଇଥିବାର ଗବେଷକମାନେ ମତ ଦିଅନ୍ତି । ପୃଥିବୀ ପୃଷ୍ଠରେ ପ୍ରାୟ ତିନିଶହ ପ୍ରଜାତିର କଇଁଛ ଦେଖାଯାନ୍ତି । ପରିବେଶ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏହି ଜୀବ ସଂକଟରେ । ଅଧିକାଂଶ ପ୍ରଜାତି ବିଲୁପ୍ତ ପ୍ରାୟ । ମାଛଧରା ଜାଲରେ ଛନ୍ଦିହୋଇ, ଟ୍ରଲର ବ୍ଲେଡରେ କଟି, ସମୁଦ୍ରରେ ପ୍ଲାଷ୍ଟିକ ଖଣ୍ଡ ଖାଇ ଏମାନେ ମୃତ୍ୟୁବରଣ କରୁଛନ୍ତି ଯାହାକି ପରିବେଶ ପ୍ରତି ଶୁଭଙ୍କର ନୁହେଁ ବୋଲି ମେ’ ତେଇଶି ବିଶ୍ୱ କଇଁଛ ଦିବସ ପାଳନ ଅବସରରେ ଚିନ୍ତାପ୍ରକଟ କରିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ଅଧ୍ୟକ୍ଷ ପରିବେଶବିତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ । ଆମେରିକୀୟ କଇଁଛ ଉଦ୍ଧାରକାରୀ ଦଳ ପ୍ରଥମେ ମେ’ ତେଇଶି ଦୁଇହାଜର ମସିହାରେ ବିଶ୍ୱ କଇଁଛ ଦିବସ ପାଳନ କରି ଜନ ସଚେତନତା ସୃଷ୍ଟି କରିଥିବାରୁ ଆମେ ସେମାନଙ୍କ ପାଖେ ଚିର ଋଣୀ । ଭଗବାନ ବିଷ୍ଣୁ ମଧ୍ୟ କଚ୍ଛପ ଅବତାର ନେଇଥିଲେ । ଫେଙ୍ଗଶୁଇ, ବାସ୍ତୁଶାସ୍ତ୍ରରେ ମଧ୍ୟ କଇଁଛଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏମାନଙ୍କର ସୁରକ୍ଷା ଦିଗରେ ଲାଗିପଡିବା ବୋଲି ଶ୍ରୀ ପାଢ଼ୀ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.