oom

କାଇଁଚ ମିଡିଆ ଦ୍ୱାରା ପ୍ରସ୍ତୁତ ଏକ ସର୍ଟ ଫିଲ୍ମ ‘ଦେଖ ବୁତଲ କେଁଚଲି’ର ପ୍ରିମିୟର ସୋ

jsmm

ବଲାଙ୍ଗିର, (କେପିଏନଏସ) : କାଇଁଚ ମିଡିଆ ଦ୍ୱରା ପ୍ରସ୍ତୁତ ଏକ ସର୍ଟ ଫିଲ୍ମ ‘ଦେଖ ବୁତଲ କେଁଚଲି’ର ପ୍ରିମିୟର ସୋ ଗେଲେକ୍ସି ଟିଉଟୋରିଆଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହାର ପ୍ରଯୋଜକ ଗୋପୀନାଥ ଦଣ୍ଡସେନାଙ୍କ ଆୟୋଜନରେ ଓ ପ୍ରକାଶ ଚନ୍ଦ୍ର ଥନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମାଇଁ ଚରଣ ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ସାହୁ, ବିନୋଦ କାଲସାଏ, ସନ୍ଦୀପ କୁମାର କୁଅଁର, ନେପାଲ ଚନ୍ଦ୍ର ବାଗ, ଭବାନୀ ଶଙ୍କର ମିଶ୍ର, ସୁବୀନ କୁମାର ସାହୁ ପ୍ରମୁଖ ପ୍ରସ୍ତୁତ ସର୍ଟ ଫିଲ୍ମ ସଂପର୍କରେ ଆଲୋଚନା କରିଥିଲେ । ଏହି ପ୍ରିମିୟର ସୋ’ରେ ଫିଲ୍ମର ଅଭିନେତା, ଅଭିନେତ୍ରୀ ତଥା ଅନ୍ୟ କଳାକାରମାନଙ୍କ ସହ ଅନେକ ଦର୍ଶକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.