centurian jitm

ଉଡଧରଠାରେ ଅବସ୍ଥିତ ମା’ ବନ୍ଧଖଣ୍ଡିଙ୍କର ଅଲୌକିକ କାହାଣୀ

nschool

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଶ୍ରୀମାଲ ଗାଁ ଦେଇ ବହିଯାଇ ଥିବା ତେଲ ନଦୀଠାରେ ଥିବା ଉଡଧର ଘାଟରେ ଅବସ୍ଥିତ ମା’ ବନ୍ଧଖଣ୍ଡିଙ୍କର କିଛି ଅଲୌକିକ କାହାଣୀ ରହିଛି । ଚୋରି କିମ୍ବା କୌଣସି ହଜିଯାଇଥିବା ଜିନିଷର କେସ୍‌କୁ ନେଇ ଏହି ସ୍ଥାନକୁ ଲୋକେ ଆସିଥାନ୍ତି । ଏଠାକାର ପୂଜାରୀ ମା’ ବନ୍ଧଖଣ୍ଡିଙ୍କୁ ପୂଜା ଅର୍ଚ୍ଚନା କରି ପାଣିରେ ଦୁଇଟି ବାଉଁଶ ବାଡ଼ି ଗାଡ଼ି ଦୋଷୀ ଓ ନିର୍ଦୋଷୀଙ୍କୁ ପାଣିରେ ବୁଡିବା ପାଇଁ କହିଥାନ୍ତି । ସେମାନେ ବୁଡିଲା ପରେ ସେମାନଙ୍କ ପାଣି ଉପରେ କ୍ଷୀର ଢାଳି ଦେଇଥାନ୍ତି । ଯିଏ ଦୋଷୀ ସେ ଶୀଘ୍ର ପାଣିରୁ ବାହାରି ଆସିଥାଏ । ମା’ ଏସବୁ କରିଥାଏ ବୋଲି ଲୋକଙ୍କ ବିଶ୍ୱାସ ଅଛି । ଏହି ବୁଡ଼ ପକାଇବା ପ୍ରଥାକୁ ‘କିରିଆବୁଡା’ କୁହାଯାଏ । ଆଜି ବି ଜିଲ୍ଲା ବାହାରୁ ସୋନପୁର, କନ୍ଧମାଳ ଏବଂ କଳାହାଣ୍ଡି ଏମିତି କି ବହୁ ଦୂରଦୂରାନ୍ତରୁ ଲୋକମାନେ ଆସିଥାନ୍ତି । ଏଠାକାର ପାଣିର ଗଭୀରତା ମାପି ହୁଏ ନାହିଁ । ଏହି ସ୍ଥାନେ ପାଣିର ଶବ୍ଦ ରାତି ସମୟରେ ୫ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ । ଏଠାକାର ବୟସ୍କ ଲୋକମାନେ କହନ୍ତି ଯେ, ପୂର୍ବ କାଳରେ ଜନ ସାଧାରଣ ମା’ଙ୍କୁ ଯାହା ଗୁହାରି କରି ମାଗୁଥିଲେ ଏମିତି କି ରୋଷେଇ ସାମଗ୍ରୀ, ମାଛ, ବାସନ କୁସନ ମା’ ପାଣି ବାହାରକୁ ଫୋପାଡ଼ି ଦେଉଥିଲେ । ଏହା ଗୋଟିଏ ସୁନ୍ଦର ବଣଭୋଜୀ ଉପଯୋଗୀ ସ୍ଥାନ ମଧ୍ୟ ଅଟେ । ଏହି ସ୍ଥାନକୁ ବହୁ ସ୍ଥାନରୁ ଭୋଜି କରିବାକୁ ଆସିଥାନ୍ତି ।

Leave A Reply

Your email address will not be published.