jittmm
sonalika

ପାଟଣାଗଡ଼ ପୋଲିସକୁ ସଫଳତା : ୨୪ ଘଣ୍ଟାରେ ଚୋରକୁ କାବୁ କଲେ

ପାଟଣାଗଡ଼, (ଅଶୋକ କୁମାର ବାଗ), ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଦୁଇ କାର ଚୋରକୁ ଗିରଫ କଲା ପାଟଣାଗଡ ପୋଲିସ, କାର ସହ ୪ ହଜାର ୬୫୦ ଟଙ୍କା ଓ ଗୋଟିଏ ସିସିଟିଭି କ୍ୟାମେରା ଜବତ । ଏନେଇ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ସୂଚନା ଅନୁସାରେ ପାଟଣାଗଡ କାଦୋପଡା ସ୍ଥିତ ଦଶମତୀ ବେକେରୀରୁ ରାତିରେ ଦୁଇଜଣ ଚୋର ପଶି ସେଠାରୁ ସିସିଟିଭି କ୍ୟାମେରା କାଢିବା ସହ ୩୦ହଜାର ଟଙ୍କା ସହ ୱାଗନର କାରକୁ ଚୋରି କରି ନେଇଯାଇଥିବା ପାଟଣାଗଡ ଥାନାରେ ବେକେରୀ ମାଲିକ ଗଣେଷ ମେହେର ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ସିସିଟିଭି ଆଧାରରେ ଘଟଣାର ୨୪ ଘଣ୍ଟା ଭିତରେ ଦୁଇଜଣ ଚୋରକୁ ଧରିବା ସହ ୱାଗନର କାର, ସିସିଟିଭି କ୍ୟାମେରା ସହ ୪୬୫୦ ଟଙ୍କା ଜବତ କରିଛି । ଦୁଇ ଚୋରମାନେ ପାଟଣାଗଡ ସ୍ଥିତ ଲାଇନପଡାର ତ୍ରିନାଥ ଥପା ଓ ଲରମ୍ଭା ଥାନା ଜୁରିଆ ଗାଁର ସୁରଜ ଥପା । ଦୁଇଜଣକୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ।

Leave A Reply

Your email address will not be published.