ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ ଓ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ୍ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାଗୃହରେ ୧୪ ତାରିଖ ଅପରାହ୍ନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦେଓଗାଁ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଡ. ସୁମନ୍ତ ପାଢୀ, ଝସକେତନ ଗୁରୁ ଯୋଗ ଦେଇଥିଲେ । ଇଂରାଜୀ ପ୍ରଧ୍ୟାପକ ଦୁର୍ବାଦଳ ଘିଭେଲା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସଂପାଦକ କବି ନବକିଶୋର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ସମ୍ମାନ ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ମିଶ୍ରଙ୍କୁ ଓ ରାଜ୍ୟସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ ଡ. ଚିତ୍ତରଞ୍ଜନ ମିଶ୍ରଙ୍କୁ ଓ ଡ. ସୁମନ୍ତ ପାଢୀଙ୍କୁ ବାଣୀପୁତ୍ର ସମ୍ମାନ ଓ ସମ୍ବାଦିକ ଫିରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବୟିତ୍ରୀ ନିରୁପମା ମିଶ୍ର ଓ କ୍ଷୀରେଶ୍ଵର ଦଳବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.