centurian jitm

ମାଟିର ମହକ ଅନୁଷ୍ଠାନର ଦ୍ୱିତୀୟ ସାମୟିକ କବିତା ପାଠ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ମାଟିର ମହକ ସମ୍ପାଦକ ମାନସ ରଂଜନ ପଟ୍ଟନାୟକଙ୍କ ଆବାହନରେ ଅନୁଷ୍ଠିତ କବିତା ଆସରରେ ୩୫ ଜଣ କବି ଯୋଗଦେଇଥିଲେ । “ଦୋଳ ପର୍ବ ଓ ହୋଲି” କୁ ପାଥେୟ କରି ସମସ୍ତ ସ୍ରଷ୍ଟା ମାନେ କବିତା ପାଠ କଲେ, ସୁନନ୍ଦା ମହାନ୍ତି ଓ ସୁଜାତା ଦେବୀଙ୍କ ବଳିଷ୍ଠ ସଂଯୋଜନାରେ । ସଭାରେ ସଭାପତିତ୍ୱ କଲେ ରବୀନ୍ଦ୍ରନାଥ ଷଢଙ୍ଗୀ । ଅନ୍ୟତମ ଅତିଥୀ ରୂପେ ଯୋଗଦେଇଥିଲେ ବାଙ୍ଗୁରୀଗାଁ ମହାବିଦ୍ୟାଳୟ, କାକଟପୁରର ଅଧ୍ୟକ୍ଷ ଡ. ଦିଲ୍ଲୀପ ସେନାପତି । ବିଶିଷ୍ଟ ବାସ୍ତୁକାର ତଥା ଜୋତିଷ ବିଷାରଦ ଏବଂ ସାହିତ୍ୟିକ ଡ.ଦେବୀ ପ୍ରସାଦ ମହାପାତ୍ର ସ୍ୱତନ୍ତ୍ର ଅତିଥି ରୂପେ ପଦାର୍ପଣ କରିବା ସହ ଉପାଦେୟ ଅଭିଭାଷଣରେ ମନ୍ତ୍ର ମୁଗ୍ଧ କରିଥିଲା ମାଟିର ମହକର ଦୋଳପର୍ବ ଆସରକୁ । ସମସ୍ତ ସାହିତ୍ୟିକ ମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରଭୁ ଗୋପୀନାଥ ଦେବଙ୍କ ଛାୟାଛବି ଉପହାର ଦିଆଯିବା ସହ ସଭାପତିଙ୍କ ସହ ଦୁଇ ଅତିଥିଙ୍କୁ ଜଗନ୍ନାଥଙ୍କ ବିଗ୍ରହ, ଉତ୍ତରୀୟ ପ୍ରଦାନ କରାଗଲା । ଡେଲାଙ୍ଗ, ଜଟଣୀ, ପିପିଲି ବଳଙ୍ଗା, ସତ୍ୟବାଦୀ, କାକଟପୁର ଓ ପୁରୀ ଅଂଚଳର କବି ମାନେ ଯୋଗଦେଇ ସାହିତ୍ୟ ସଭାକୁ ଉତ୍ସବମୁଖର କରାଇଥିଲେ । ଯାହା ବିରଂଚି ନାରାୟଣ ମହାନ୍ତିଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଥିଲା । ଶେଷରେ ମାଟିର ମହକ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.