ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପଶ୍ଚିମାଶମ୍ଭୁ ଯୁବ ସଂଗଠନ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ହରିରାଜପୁର ପଞ୍ଚୁଦୋଳ ମେଳଣ ପଡିଆର ପିତାପାଣିଆ ମଞ୍ଚରେ ରାଜ୍ୟସ୍ତରୀୟ କବିତା ଆସର ଓ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ଭିକାରୀ ଧଳଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଡ଼. ଅରବିନ୍ଦ ରାୟ, ସମ୍ମାନିତ ଅତିଥି ଭାବେ ବଶିଷ୍ଟ ଲେଖକ ଅଜୟ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଂଜୟ କୁମାର ଛୁଆଳସିଂହ, ବଶିଷ୍ଠ ସ୍ତମ୍ବକାର ଅର୍ଜୁନ ଘଡାଇ, ପ୍ରାବନ୍ଧିକ ରଘୁନାଥ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜବାହରଲାଲ ସୁବୁଦ୍ଧି, ପଶ୍ଚିମାଶମ୍ଭୁ ଯୁବ ସଂଗଠନର ସଂପାଦକ ବାସୁଦେବ ସାହୁ ଯୋଗଦେଇ ସମବେତ ସାହିତ୍ୟିକମାନଙ୍କୁ କଥା ମାଧ୍ୟମରେ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟଅତିଥି କହିଥିଲେ ଯେ, କୌଣସି ଲେଖା ଲେଖିବା ପୂର୍ବରୁ ଏକାଧିକ ବହି ପଢିବା ଦରକାର । ସର୍ବପ୍ରଥମେ ବାର୍ଷିକ ମୁଖପତ୍ର “ପଞ୍ଚୁଦୋଳ ପ୍ରସଙ୍ଗ” ଉନ୍ମୋଚିତ ହୋଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବୀଣାପାଣି ସେନାପତି, ପ୍ରଧାନଶିକ୍ଷୟିତ୍ରୀ ଶୁଭସ୍ମିତା ପାଟ୍ଟଯୋଶୀ, ସମାଜସେବୀ ଇ. ଦେବାଶିଷ ପାତ୍ର, ବିଭୂତିଭୂଷଣ ସ୍ୱାଇଁ, କରୁଣାକର ପ୍ରଧାନଙ୍କୁ ସଂଗଠନ ତରଫରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ଲେଖକ ସ୍ୱରଚିତ କବିତାମାନ ପାଠ କରିଥିଲେ । ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କବିତା ଆସରକୁ ସଂଯୋଜନା କରିଥିଲେ କବି ବିପିନ୍ ବେହେରା ଓ ଡ. ରଜନୀ ରଣସିଂହ । ମେଳଣ ପରିଚାଳନା କମିଟିର ସଦସ୍ୟ ବିଜୟ ଜେନା ଓ ମାନସ ମଙ୍ଗରାଜଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ବିଚିତ୍ରା ବେହେରା, ନିଶ୍ୱସ୍ମିତା ପ୍ରିୟଦର୍ଶିନୀ ଓ ସନ୍ତୋଷ ମହାପାତ୍ର ଓ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ନରେନ୍ଦ୍ର କୁମାର ମୁଦୁଲି ।

Leave A Reply

Your email address will not be published.