
ରାଉରକେଲା, (ସସ୍ମିତା ପ୍ରଧାନ) : ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ପ୍ରସିଦ୍ଧ ମାଆ ଭଗବତୀ କେରା ଠାକୁରାଣୀଙ୍କ ପୀଠରେ “ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ, କେରା ଆନୁକୂଲ୍ୟରେ ବସନ୍ତ କବିତା ଆସର “ଚୋରା ମଳୟ” ନାମକ ଆନ୍ତଃରାଜ୍ୟ ସ୍ତରୀୟ ଏକ ବର୍ଣ୍ଣାଢ଼୍ୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଖ୍ୟାତନାମା ବ୍ୟଙ୍ଗ କବି ସତ୍ୟାନାଶ ଏବଂ ମୁଖ୍ୟବକ୍ତା ଭାବେ ଓଡ଼ିଶାର ଉତ୍କଳ ସାଂସ୍କୃତିକ ଶିବିରର ମୁଖ୍ୟ ଡଃ. ମନିନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ସାହିତ୍ୟ ସଂସଦର ପ୍ରତିଷ୍ଠାତା/ସଭାପତି ବୟୋଜ୍ୟେଷ୍ଠ ସାହିତ୍ୟ ଗବେଷକ ମୋତିଲାଲ କର, ସମ୍ପାଦକ ବିରଜା ଶଙ୍କର ପତି, ଯୁଗ୍ମ ସମ୍ପାଦକ ସତ୍ୟ ପ୍ରକାଶ କର, ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ବର୍ଷିୟାନ କବି ବିଷ୍ଣୁ ପଦ ସିଂହଦେବ, କୁସୁମ ମଞ୍ଜରୀ ଦାଶ ଇତ୍ୟାଦି ଏକ ସ୍ୱରରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପ୍ରତି ସଜାଗ ରହିବା କଥା କହିଥିଲେ । ବିଚ୍ଛିନ୍ନାଞ୍ଚଳ ଅବିଭକ୍ତ ସିଂହଭୂମି ଜିଲ୍ଲାରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେ ବିଷୟରେ ସମସ୍ତେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରଥିଲେ । ଓଡ଼ିଶା ଏବଂ ଝାଡ଼ଖଣ୍ଡର ପଚାଶରୁ ଅଧିକ କବି ସାହିତ୍ୟିକ ନିଜ ନିଜ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରୁ ଡଃ. ଦିଲ୍ଲୀପ କୁମାର ସେନାପତି ଓ ଡଃ. ଚିତ୍ତରଞ୍ଜନ ବିଶ୍ୱାଳ, ନିମାପଡ଼ା, ଇଃ ଭରତ ବେହେରା, ଭୁବନେଶ୍ୱର, ଡଃ. ନଗେନ୍ଦ୍ରନାଥ ରାଉତ, ଉମରକୋଟ, ନବରଙ୍ଗପୁର, ପଣ୍ଡିତ ପ୍ରଭାତ କୁମାର କର, ମାହାଙ୍ଗା, କଟକ, ଡଃ. ଅମୀୟ ପଟ୍ଟନାୟକ, ସରୋଜ କୁମାର ସାହୁ, ଆନନ୍ଦପୁର, କେନ୍ଦୁଝର, ରଞ୍ଜନ କୁମାର ନାୟକ, ରକ୍ତତୀର୍ଥ ଇରମ୍, ଝାଡ଼ଖଣ୍ଡ ରତ୍ନ କବି ଜ୍ୟୋତିଲାଲ ସାହୁ, କବି ନୀଳକଣ୍ଠ ଷଡ଼ଙ୍ଗୀ ଷଢେ଼ଇକଳା, ସୁଶୀଲ ଷଡ଼ଙ୍ଗୀ, ମନବୋଧ ମିଶ୍ର, ଖରସୁଆଁ, ମନୋରଞ୍ଜନ ଗିରି, ଲକ୍ଷ୍ମଣ ଗିରି, ପାଇକିରା, ଖଣ୍ଡାମୌଦା ଶୁଭେନ୍ଦୁ ପ୍ରକାଶ ମିଶ୍ର ପାଞ୍ଚରୁଳିଆ, ବହଡାଗୋଡା କରୁଣାମୟ ମଣ୍ଡଳ, ପୋଟକା ରାଜୀବ ସିଂହଦେବ, କେରା, ସରୋଜ କୁମାର ପ୍ରଧାନ, ଦେଓଗାଁ, ଅଜିତ କୁମାର ରାଉତ, କଳାବାଡିଆ, ରାଜନଗର, ପ୍ରଦୀପ କୁମାର ସିଂହଦେବ, ସତ୍ୟ କିଙ୍କର ପତି ଇଚା, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଚାଳିଶ ଜଣ କବି ସାହିତ୍ୟିକ ଏବଂ ଓଡ଼ିଆ ନାଟ୍ୟ କଳାକୁ ଦୀର୍ଘ ପଚାଶ ବର୍ଷ ଧରି ବଞ୍ଚାଇ ରଖିଥିବା ସବୁଜ ସଂଘ କଳାନିକେତନ, କେରାର ପଚିଶ ଜଣ ପୁରୁଣା କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ମଞ୍ଚ ସଞ୍ଚାଳନର ଦାୟିତ୍ୱ ସୁଲଳିତ କଣ୍ଠରେ ଆକାଶବାଣୀ କଟକର ଉପସ୍ଥାପିକା ଶ୍ରୀମତୀ ବିଶ୍ୱମିତ୍ରା ମିଶ୍ର ତୁଲାଇଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସତ୍ୟପ୍ରକାଶ କର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଆସରର ଅପୂର୍ବ ସଫଳତାର କଥା ସମସ୍ତଙ୍କ ମୁହଁରୁ ଶୁଣାଇ ସମସ୍ତେ ଆୟୋଜକ ମଣ୍ଡଳୀକୁ ପ୍ରଶଂସା କରିଥିଲେ ।