ଜନପଦ କବିତା ଆସର ଓ ଆଲୋଚନା ଚକ୍ର

  • ଆଦିବାସୀ ଗାଆଁରେ ସାରାଦିନ ଜମିଲା ସାରସ୍ଵତ ମହୋତ୍ସବ
  • ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦର ନିଆରା କାର୍ଯ୍ୟକ୍ରମ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଥିବା ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଆଦିବାସୀ ଗାଆଁ ଜାକମ୍ ଠାରେ ସାରା ଦିବସ ବ୍ୟାପୀ ଜନପଦ କବିତା ଆସର ଓ ଆଲୋଚନା ଚକ୍ର ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦର ଏହା ଏକ ନିଆରା ତଥା ଅନନ୍ୟ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିଥିଲେ । ଡହ ଡହ ଖରାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ସେଠି କବିଟିଏ ତାକୂ ଭୁକ୍ଷେପ ନ କରି କବିତା ପଢିବା ପାଇଁ ପହଞ୍ଚି ଯିବା କମ୍ ସାହାସିକତା ନୁହେଁ ବୋଲି ମତ ପ୍ରକାଶ କରିଥିଲେ । କବି ସୁଧୀର ମେହେରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ନଗରପାଳ ଜୁନାଗଡ ଏନ୍‌.ଏ.ସି ମୁକେଶ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଅଧ୍ୟାପକ, ନାଟ୍ୟକାର ତଥା ଗବେଷକ ପରମେଶ୍ୱର ମୁଣ୍ଡ, ସମ୍ମାନିତ ବକ୍ତା ବିଶିଷ୍ଟ କବି, ନାଟ୍ୟକାର ବିରଞ୍ଚିନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି – କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ସମ୍ମାନିତ ଅତିଥି-ସମାଜସେବୀ ଶିବରାମ ନାୟକ ଯୋଗ ଦେଇଥିବା ବେଳେ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ମୋନାଲିସା ସାହୁ କରିଥିଲେ । କବି ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ବନଶ୍ରୀ ଦାଶ କବିତା ସଂଯୋଜନା କରିଥିଲେ । କବିତା ପାଠର ଆରମ୍ଭରେ ଜନ ପଦ ଜାକମ ଗାଁର ଫୁଲେ ମାଝୀ, ଗୁରୁବାରୀ ମାଝୀ, ଡୁମ୍ୱେ ମାଝୀ, ଦ୍ରୋପତି ମାଝୀ ଆଦିବାସୀ ଗୀତ ପରିବେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଅଧିକ କବି କବିତା ପାଠ କରିଥିଲେ । ଧନ୍ୟବାଦ ଅର୍ପଣ ଚନ୍ଦ୍ରଶେଖର ସିଂ କରିଥିଲେ । ଏହାପରେ ଜାକମ ଗ୍ରାମବାସୀଙ୍କ ସହ ମଧ୍ୟାହ୍ନ ଭୋଜନ ହୋଇଥିଲା । କବି ସଭାପତି ଅଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ମୁଖ୍ୟ ବକ୍ତା ମନୋଜ କୁମାର ମହାନ୍ତି (ବିଶିଷ୍ଟ ଗାଳ୍ପିକ), ସମ୍ମାନିତ ଅତିଥି, ଡିଲେଶ୍ୱର ରଣା,(କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ), ସମ୍ମାନିତ ଅତିଥି – ନେପାଳ ଚନ୍ଦ୍ର ବାଗ, (ବରିଷ୍ଠ ଶିକ୍ଷକ ଓ ବିଶିଷ୍ଟ କବି), ସମ୍ମାନିତ ଅତିଥି – ପଲ୍ଲବୀ ଦାସ,(ବିଶିଷ୍ଟ କବୟିତ୍ରୀ), ସମ୍ମାନିତ ଅତିଥି – ଐଶ୍ୱର୍ଯ୍ୟା ପ୍ରଧାନ (ବିଶିଷ୍ଟ କବୟିତ୍ରୀ) ଯୋଗ ଦେଇଥିବା ବେଳେ କବିତା ସଂଯୋଜନା ଓ ମଞ୍ଚ ପରିଚାଳନା କବି ହେମନ୍ତ ସାହୁ କରିଥିଲେ । ସଭାପତି ଅଜୟ କୁମାର ଦାସ (ବିଶିଷ୍ଟ ସମାଜ ସେବୀ ଓ ସାହିତ୍ୟିକ) ନିଜର ବକ୍ତବ୍ୟ ରଖିଥିଲେ । ଧନ୍ୟବାଦ ଅର୍ପଣ ନବଘନ ସାହୁ,(ସଂସଦ ସଦସ୍ୟ ଓ କବି) କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମଲାଲ ବାଗ, ଦୀନେଶ ମେହେର, ମନୋଜ ମେହେର, ଭାଗିରଥି ସାଗର, ବେଣୁଧର ବାଗ, ଦୟାନିଧି ବାଣୁଆ, ରୁଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.