ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବକ୍ତୃତା ଆସର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବକ୍ତୃତା ଆସର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ଆସରରେ ବକ୍ତୃତାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ । ଏଥି ସହ ବିଭାଗ ସମୂହ ପରିଷଦର ଅଧ୍ୟକ୍ଷ ପ୍ରଫେସର ପି. କେ. ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ଏନ. ମଣିମେକଲାଇ ଭାରଥୀଦାଶନ ବକ୍ତା ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ଏବଂ ତାମିଲନାଡୁ ‘ଜେଣ୍ଡର ଓ ବିକାଶ’ ଉପରେ ଏକ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ଼. ଉର୍ମିମାଳା ଦାସ ଆଲୋଚକ ଭାବରେ ନିଜର ମତବ୍ୟକ୍ତ କରିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜର ଅଭିଭାଷଣରେ ପୁଅ ଏବଂ ଝିଅ ମଧ୍ୟରେ ସମ୍ମାନତା କିପରି ରକ୍ଷା କରି ସମାଜରେ ଉନ୍ନତି ଆସିପାରିବ ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଇତିହାସ ବିଭାଗର ମୁଖ୍ୟ ତଥା ସଂଯୋଜକ ଡ଼. ସଦାନନ୍ଦ ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!