ମାନସିଂହ ସାହିତ୍ୟ ସଂସଦର ଏକବିଂଶତମ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭାପତି ବିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ଗତକାଲି ସନ୍ଧ୍ୟା ସମୟରେ ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୂଲ୍ୟରେ ଏକବିଂଶତମ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କବିତା ଆସରକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା କବିତା ଆସରର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ରାଜଶ୍ରୀ ସାହିତ୍ୟ ସଂସଦ, କେନ୍ଦ୍ରାପଡାର ସମ୍ପାଦକ ହେମନ୍ତ ଜେନା ସାରଗର୍ଭକ ଭାଷଣ ପ୍ରଦାନ ସହିତ ସାହିତ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଦିଗଦର୍ଶନ ଦେଇଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୦ରୁ ଅଧିକ କବି କବୟିତ୍ରୀ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ସୁସାହିତ୍ୟିକ ଦୁର୍ଲ୍ଲଭ ରାଉତ କବିତାଗୁଡ଼ିକୁ ବେଶ୍ ସୁନ୍ଦର ଶୈଳୀରେ ସଂଯୋଜନା କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ଆସନ୍ତା ଆସର ଆସନ୍ତା ମାସ ଅକ୍ଟୋବର ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.