ରାଜ୍ୟସ୍ତରୀୟ କବିତା ସଂକଳନ ଶୁଭ୍ରା ଉନ୍ମୋଚନ ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଧାରଣତନ୍ତ୍ର ଦିବସ ମହୋତ୍ସବ ଅବସରରେ ଆନନ୍ଦ ସେବା ସଦନ, କୁଞ୍ଜର ପକ୍ଷରୁ ଏକ କବିତା ପାଠୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ହିରଣମୟୀ ମହାପାତ୍ରଙ୍କ ସଭାପତିତ୍ୱରେ ଏକ କବିତା ପାଠ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ତଥା ଅଧ୍ୟାପିକା ଡକ୍ଟର ପ୍ରତିଭା ମହାରଥୀ, ମୁଖ୍ୟ ବକ୍ତା ରୂପେ ମହାନଦୀ ମହିଳା କଲେଜ କଟକର ଅଧକ୍ଷ ଡ. ଲକ୍ଷ୍ମଣ ସାହୁ ସମ୍ମାନିତ ଅତିଥି ଭାବେ ବାଲୁଙ୍କେଶ୍ଵର ମହାପାତ୍ର, ବରିଷ୍ଠ କବି ପ୍ରଶାନ୍ତ ବାହିନୀପତି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ସମୀର ରଞ୍ଜନ ବଳିୟାରସିଂହ ପ୍ରମୁଖ ଯୋଗଦେଇ କବି କବୟତ୍ରୀ, ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ସାହିତ୍ୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ଵାରା ରାଜ୍ୟସ୍ତରୀୟ କବିତା ସଂକଳନ ଶୁଭ୍ରା ଉନ୍ମୋଚନ ହୋଇଥିଲା । ଆନନ୍ଦ ସେବା ସଦନର ସମ୍ପାଦିକ ମହେଶ୍ଵର ବେହେରା ବାର୍ଷିକ ବିବରଣୀ ପାଠ ଓ ଅତିଥି ଆମନ୍ତ୍ରଣ, ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଗାୟକ ତଥା ସାରସ୍ୱତ ସାଧକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା ସହ ମଞ୍ଚ ପରିଚାଳନା କରିଥିଲେ । ରୋହିତ ଚମ୍ପତି, ଶରତ ମହାପାତ୍ର, ଅଧିକାରୀ ସାହୁ, ହିମାଂଶୁ ମହାପାତ୍ର, ବିଶ୍ଵରଞ୍ଜନ ମହାନ୍ତିଙ୍କ ସମେତ ସତୁରୀରୁ ଅଧିକ କବି/କବୟତ୍ରୀମାନେ ଅଂଶଗ୍ରହଣ କରି ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଭାପତି ଲିଂଗରାଜ ବେହେରା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.