oom

୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ : ସମ୍ବର୍ଦ୍ଧିତ ହେଲେ ଡ. ଶିବପ୍ରିୟା ମିଶ୍ର ଓ ଦେବହୂତି କର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ପୁରୁଣା ମଞ୍ଚରେ ୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ବିଶିଷ୍ଠ ସାହିତ୍ୟ ସାଧିକା ଡ. ଶିବପ୍ରିୟା ମିଶ୍ର ଓ ଶ୍ରୀମତୀ ଦେବହୂତି କର । ପାଖାପାଖି ୭୦ ଜଣ କବି ଓ ଗାଳ୍ପିକ ସ୍ୱରଚିତ କବିତା ଓ ମିନି ଗଳ୍ପ ଏଥିରେ ପାଠ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଗାଳ୍ପିକା ଗାୟତ୍ରୀ ସରାଫ୍‌, ମୁଖ୍ୟବକ୍ତା ଭାବେ ଡ. ସଙ୍ଘମିତ୍ରା ମିଶ୍ର, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁ, ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଛନ୍ତି । ସମ୍ପାନ ସମିତିର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦଳାଇ ମଧ୍ୟ ମଞ୍ଚାସୀନ ଥିବା ବେଳେ ସଭାରେ ଅଧ୍ୟକ୍ଷତା କରିଛନ୍ତି ଡ. ସଞ୍ଜୟ କୁମାର ମିଶ୍ର, କବିତା ସଂଯୋଜନାରେ ଅର୍ଜୁନ କୁମାର ସାହୁ ଓ ରଶ୍ମି ପ୍ରଧାନ ଦାୟିତ୍ୱ ବହନ କରିଥିବା ବେଳେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମାନପତ୍ର ପାଠ କରିଛନ୍ତି ମାନସୀ ମେହେର ଓ ବନିତା ପଣ୍ଡା । ଶେଷରେ ଲଳିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.