om academy

ବିଷୁବ ମିଳନ ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନର ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ହୋଟେଲ ମୋତି ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର କାର୍ୟ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଓ ଏସ. ପ୍ରକାଶ ଚନ୍ଦ୍ର ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ନବୀନର ସମ୍ପାଦକ ରବି ରଥ କବି କବୟିତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ବିଷୁବର ଶୁଭେଚ୍ଛା ଜଣାଇଥିଲେ । କବି ନୀଳକଣ୍ଠ ସାହୁ, ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଓ ବନ୍ଦନା ମିଶ୍ରଙ୍କ ସଂଯୋଜନାରେ ବନ୍ଦନା ମହାପାତ୍ର, ଜ୍ୟୋତ୍ସ୍ନା ମହାନ୍ତି, ପଦ୍ମିନୀ ମିଶ୍ର, ଡ଼.କୁଳମଣି ଓଝା, ଡ଼. ଡ଼ମ୍ବରୁଧର ସାହୁ, ରଙ୍କନାଥ ସେଠୀ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଗୌର ଷଡ଼ଙ୍ଗୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବ ସୁନ୍ଦର ରଥ, ତପନ କୁମାର ପଟ୍ଟନାୟକ, ଇଂ. ପ୍ରଫୁଲ କୁମାର ତ୍ରିପାଠୀ, ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ସବିତା ସାହୁ, ଦୀପିକା ଦାଶ, ଜ୍ୟୋତ୍ସ୍ନାରାଣୀ ଦେବୀ, ସଂଯୁକ୍ତା ଶତପଥୀ, ଦୀପ୍ତିମୟୀ ମିଶ୍ର, ସୁଶାନ୍ତ କର, ବି. ସତ୍ୟମ ଆଚାରୀ, ଚନ୍ଦ୍ରଶେଖର ମହାପାତ୍ର, ଲାଲବାହାଦୁର ପଟ୍ଟନାୟକ, ମନୋଜ ପାଢ଼ୀ, ଶୁଭେନ୍ଦୁ କୁମାର ସାମନ୍ତରାୟ, ଝିଲି କୁମାରୀ ସାହୁ, ନିହାରିକା ସାହୁ, ହରିହର ଚୌଧୁରୀ, ଅଭିଷେକ ସାହୁ, କପିଳ ଚନ୍ଦ୍ର ମହାନ୍ତି, ରାମକୃଷ୍ଣ ପାତ୍ର, ଡ଼. ବନମାଳୀ ପାଣିଗ୍ରାହୀ, କ୍ଷୀରୋଦ କୁମାର ସେଠୀ, ପ୍ରସନ୍ନ କୁମାର ସାହୁ, ରଞ୍ଜନ କୁମାର ବ୍ରହ୍ମା, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରୁଦ୍ରରୂପା ବ୍ରହ୍ମା, ମୀନକେତନ ଜେନା, ମେନକା ମିଶ୍ର, ଡ଼. ରଞ୍ଜନ କୁମାର ପଣ୍ଡା, ବିଦ୍ୟୁତ ପ୍ରଭା ବେହେରା, ସୁଜାତା ଶତପଥୀ, ସୁଚେତା ପାଣିଗ୍ରାହୀ, କୁମାର କାର୍ତ୍ତିକେଶ୍ୱର ପ୍ରଧାନ, ଡ଼. ପ୍ରଦୀପ୍ତ ଚନ୍ଦ୍ର ସିଂ, ପ୍ରିୟମ୍ବଦା ପଟ୍ଟନାୟକ, ସୁଶାନ୍ତ କୁମାର ଦାଶ, ଶରତ କୁମାର ଦାସ, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ପ୍ରଫୁଲ କୁମାର ତ୍ରିପାଠୀ, ଭାସ୍କର ରାଉତ, ରଞ୍ଜନ କୁମାର ସାହୁ, ମାନସ ରଞ୍ଜନ ତ୍ରିପାଠୀ, ଆଡ଼ଭୋକେଟ ପ୍ରଣବ ପାଢ଼ୀ, ଲକ୍ଷ୍ମୀ ନାରାୟଣ ଦାଶ ପ୍ରମୁଖ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.