centurian jitm

ଲୋକାର୍ପିତ ହେଲା ‘କବିର କବିତା’

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କବି ଶିବ ନାରାୟଣ ଷଡଙ୍ଗୀଙ୍କ କବିତା ସଙ୍କଳନ ‘କବିର କବିତା’ ଲୋକାର୍ପିତ ହୋଇଯାଇଛି । କୃଷ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମଂଚ ପୂଜା କରାଯିବା ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ମଂଚକୁ ଆମନ୍ତ୍ରଣ କରାଯାଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ନରେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବୀବ ବିଶ୍ୱବନ୍ଧୁ ସମୀକ୍ଷକ ଓ କବି ଆନନ୍ଦ ଚନ୍ଦ୍ର ସାହୁ ବକ୍ତା ଭାବେ ଯୋଗଦେଇଥିଲେ । ତପସ୍ମିନୀ ପଶାୟତ, କସ୍ତୁରୀ ରଥ, ସବିତା ମହରା କବିତା ପାଠ କରିଥିଲେ । ପ୍ରକାଶିକା ଋତିମୁଗ୍ଧା ଷଡଙ୍ଗି ଏବଂ କବି ଶିବ ପ୍ରସାଦ ଷଡଙ୍ଗି ଉକ୍ତ କବିତା ସଙ୍କଳନ ଉପରେ ନିଜସ୍ୱ ପ୍ରତିକ୍ରିୟା ରଖିଥିଲେ । ସେହିପରି ବକ୍ତା ଆନନ୍ଦ ସାହୁ ବହିର ସମୃଦ୍ଧି ଓ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମଳୟ ଆନନ୍ଦ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଧୁସୁଦନ ନାୟକ ମଂଚ ପରିଚାଳନା କରିଥିଲେ । ଶେଷରେ ବ୍ରହ୍ମାନନ୍ଦ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.