ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି କେବେ ମରେ ନାହିଁ, ବଂର ତାର କବିତାର ପାଠକୀୟତା ତାକୁ ବଞ୍ଚାଇ ରଖେ ବୋଲି ଗୁଜୁରୀ ଭାଇଙ୍କ ଶ୍ରାଦ୍ଧ ଦିବସରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଡେଲାଙ୍ଗ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଲୋକପ୍ରିୟ ପଲ୍ଲୀକବି ଦିବ୍ୟଂଗତ ଲକ୍ଷ୍ମୀଧର ଦଳେଇ (ଗୁଜୁରୀ ଭାଇ)ଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ରବିବାର ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ପ୍ରଭାତ କ୍ଳବ ପରିସରରେ ସାରସ୍ଵତ ସାଧକ ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ହେମନ୍ତ କୁମାର ଛୋଟରାୟ, ମୁଖ୍ୟବକ୍ତା ରୂପେ ବରିଷ୍ଠ ସାରସ୍ୱତ ସାଧକ ବିପିନି ମହାନ୍ତି, ସମ୍ମାନିତ ଅତିଥି ଭାବେ ପ୍ରାଚୀ ଧାରା ସମ୍ପାଦକ ଭଗବାନ ସାହୁ, ବିଶିଷ୍ଟ ସାହିତ୍ୟିକ ରାଜକିଶୋର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଅଧ୍ୟାପିକା ରଜନୀ ରଣସିଂହ, ଯୋଗଦେଇ ଦିବଂଗତ କବି ଲକ୍ଷ୍ମୀଧର ଦଳେଇଙ୍କ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ତଥା କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା କରିଥିଲେ । ଏହି ଉତ୍ସବରେ କବି ବିକ୍ରମ ଚମ୍ପତି ଓ ସାରସ୍ୱତ ସାଧିକା ରଜନୀ ରଣସିଂହ କବିତା ସଂଯୋଜନା କରିଥିଲେ । ଏହି ଅବସରରେ ମହେନ୍ଦ୍ର ତ୍ରିପାଠୀଙ୍କ “ମୋଗୀତ ମୋସ୍ୱର”ଏବଂ ଫକୀର ଚରଣ ପାଢ଼ୀଙ୍କ “କର୍ମ ଘେନି ଫଳ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି କବିତା ପାଠୋତ୍ସବରେ ଅମୂଲ୍ୟ ବାଳା ପଟ୍ଟନାୟକ, ଗୀତାଞ୍ଜଳି ମହାପାତ୍ର, ନମିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ଦାଶ, ଦିବ୍ୟଲୋଚନ ଭାରିମଲ, ଗୋଲଖ ବିହାରୀ ବରାଳ, ହୃଷିକେଶ ପାଢ଼ୀ, ରମେଶ ଚନ୍ଦ୍ର ସ୍ୱାଇଁ, ଦିଲ୍ଲୀପ କୁମାର ଧାଉଡ଼ିଆ, ସନ୍ତୋଷ କୁମାର ମହାନ୍ତି, ହିମାଂଶୁ ମହାପାତ୍ର, ନିରଞ୍ଜନ ସାମନ୍ତରାୟ, ଦିଗମ୍ବର ରଥ, କାଶୀନାଥ ମହାପାତ୍ର, ଅଭୟ କୁମାର ସାହୁ, ଅଧିକାରୀ ସ୍ଵାଇଁ, ପ୍ରଭାତ କୁମାର ସେଠୀ, ରୋହିତ ଚମ୍ପତ୍ତି, ଦ୍ବିତିକୃଷ୍ଣ ମହାନ୍ତି, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଯୋଗଦେଇ କବିଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଲିଖିତ କବିତା ପାଠ କରିଥିଲେ । ଏଥିରେ ପଚାଶରୁ ଅଧିକ କବି କବିୟତ୍ରୀ ପୁରୀ ଖୋର୍ଦ୍ଧା, ନୟାଗଡ, କଟକ ଆଦି ବିଭିନ୍ନ ଜିଲ୍ଲାରୁ ଆସି ଏଥିରେ ଅଂଶଗ୍ରହଣ କରି ସ୍ୱରଚିତ କବିତା ଆବୃତି କରିଥିଲେ । ଶେଷରେ ଅନୁଷ୍ଠାନ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Next Post