କେ.ଭି ବୈଷୟିକ ଡିଗ୍ରୀ କଲେଜରେ ନୂତନ ଏକାଡେମିକ୍ କୋଠା ଏବଂ ବାଳିକା ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଜିଲ୍ଲାପାଳ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କେ.ଭି ବୈଷୟିକ ଡିଗ୍ରୀ କଲେଜରେ ନୂତନ ଏକାଡେମିକ୍ କୋଠା ଏବଂ ବାଳିକା ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । କଣ୍ଟାବାଞ୍ଜି ଗସ୍ତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାଣା ଯାଇଥିବା ବେଳେ କେ.ଭି ବୈଷୟିକ ଡିଗ୍ରୀ କଲେଜକୁ ପହଞ୍ଚି ଉପରୋକ୍ତ କୋଠା ଓ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସୂଚନାରେ କୁହାଯାଇଛି । ତେବେ ଏହି ଉପରୋକ୍ତ କାର୍ୟ୍ୟ ଉଚ୍ଚଶିକ୍ଷା ବିଭାଗର ଆଇଡିପି ଓଏଚ୍‌ଇପିଇଇ ଅଧୀନରେ ପାଣ୍ଠି ପ୍ରାପ୍ତ ହୋଇଥିବା ବେଳେ ଏହା ୧୨ ମାସ ମଧ୍ୟରେ ସମାପ୍ତ ହେବ ବୋଲି ସୂଚନା ମିଳିଛି । ଏଥିରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସହ କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.