ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ତରଫରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ‘ତ୍ରିରଙ୍ଗା ଯାତ୍ରା’ କଲେଜରୁ ବାହାରି ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ ହୋଇ ସେକ୍ଟର-୨ ସ୍ଥିତ ୧୦୦ ମିଲିଅନ ଟନ ସ୍ମାରକୀ ଛକ ହୋଇ କଲେଜକୁ ଫେରିଥିଲା । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଉଭୟ ଅଧ୍ୟକ୍ଷ ଡ. ଜେନା ଓ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏହି ଅବସରରେ କହିଥିଲେ ଯେ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରାଇବାକୁ, ପୂର୍ବସୂରୀମାନଙ୍କୁ ସମ୍ମାନ ପ୍ରଦାନ ନିମିତ୍ତ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଆମ ଜାତୀୟ ପତାକା : ଆମ ସଂହତି, ପ୍ରେରଣାର ଉତ୍ସ ଓ ଭାତୃଭାବର ପ୍ରତୀକ । ତେଣୁ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ଐକ୍ୟବୋଧ ଜାଗ୍ରତ ସହ ସମସ୍ତେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଶୋଭାଯାତ୍ରାରେ ଶହ ଶହ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସେକ୍ଟର-୩ ଥାନା ସବଇନ୍ସପେକ୍ଟର ଦୁର୍ଯ୍ୟେଧେନ ପ୍ରଧାନ ଉପସ୍ଥିତ ରହି ଛାତ୍ର-ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ‘ତ୍ରିରଙ୍ଗା ଯାତ୍ରା’ କାର୍ଯ୍ୟକ୍ରମର ପରିଚାଳନାରେ ବରିଷ୍ଠ ଅଧ୍ୟାପିକା ବନ୍ଦନା ସୋରେଙ୍ଗ, କରୁଣାକର ପାଟ୍ଟଶାଣୀ, ଭାରତୀ ବରୱା, ମନୋଜ କୁମାର ଦଳେଇ, ରଶ୍ମିପ୍ରଭା ମଥାନ, ରଂଜିତ ପ୍ରଧାନ, ଅନୁପ ଏକ୍କା, ତରଣୀ ନାୟକ, ଦୀପାଳି ପ୍ରଧାନଙ୍କ ସହ କଲେଜର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଏନ.ଏସ.ଏସ., ଯୁବ ରେଡକ୍ରସର ସ୍ୱେର୍ଚ୍ଚାସେବୀ ତଥା ଟ୍ରାଫିକ୍ ପୋଲିସ ସହଯୋଗ କରିଥିଲେ।
