ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜନ୍ମଦିବସ ଅବା ଜୟନ୍ତୀ ସାମାରୋହ ଛତ୍ରପୁର ନଗର କଂଗ୍ରେସ କମିଟି ପକ୍ଷରୁ ପାଳନ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ଜାତିସେଲ୍ ସଂଯୋଜକ ଭାଗିରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଛତ୍ରପୁର ଅପର-ବସଷ୍ଟାଣ୍ଡଠାରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରେ ଭାରତର ଏହି ଜାତୀୟ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଶ୍ରମିକ ନେତା ଇଜୁ ଅମିନ ଖାନ୍ ପ୍ରସନ୍ନ ପ୍ରଧାନ, ଦୀପକ ରାଉଳ, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲେଇ, ହୃଷିକେଶ ବେହେରା ପ୍ରମୁଖ ସକ୍ରୀୟ ଯୋଗ ଦେଇଥିଲେ । ଶେଷରେ ସମାଜସେବୀ ତଥା ବରିଷ୍ଠ ଯୁବ ନେତା କାଳିଆ ରାଉଳ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.