ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁ ଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟାନ ସିପ୍‌ରେ ଗଂଜାମ ସହରର ଯୁବ ବଡିବିଲ୍ଡଂର ଜି.ଡମ୍ବରୁଧର ରାଓ (୨୦) ଭାଗ ନେଉଥିବା ଜଣାପଡିଛି । ସେ ୫୫ ବର୍ଗ କେଟେଗୋରୀରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି । ଆସନ୍ତା ୨୧ ତାରିଖରେ ସେ ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି । ଗଞ୍ଜାମ ସହରରେ ରହିଥିବା ଜିତେସ ଫିଟ୍‌ନେସ୍‌ରେ ସେ ସିନିୟର ବଡିବିଲ୍ଡଂର ଜିତେସ ଦାସଙ୍କ ତତ୍ୱାବଧାନରେ ୪ ବର୍ଷ ହେଲା ସୁନ୍ଦର ସ୍ୱାସ୍ଥ୍ୟ ଅଭ୍ୟାସ ଜାରି ରଖିଛନ୍ତି । ହେଲେ ପ୍ରଥମ ଥର ପାଇଁ ବଡିବିଲ୍ଡିଂ ଚମ୍ପିୟାନସିପରେ ଭାଗ ନେଉଥିବାରୁ ବହୁତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ସେ କିଛିଦିନ ହେଲା ଦିନକୁ ୫ ଘଂଟା ପର୍ଯ୍ୟନ୍ତ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରୁଛନ୍ତି । ଗୁରୁ ଜିତେସ ଦାସଙ୍କ ସମେତ ତାଙ୍କ ଅନୁଷ୍ଠାନର ବନ୍ଧୁ ମାନେ ତାଙ୍କର ସଫଳତା କାମନା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.