ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଆଇନଜୀବୀ ହୃଷୀକେଶ ପାଢ଼ୀ ଗଛ ଲଗାଈ ସବୁଜ ବଳୟ ସୃଷ୍ଟି କରି ବିଶ୍ୱ ତାପାୟନରୁ ପୃଥିବୀକୁ ରକ୍ଷା କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ସହ ଡେଲାଙ୍ଗର ସର୍ବପ୍ରାଚୀନ ‘କୁମୁକା’ ଜଙ୍ଗଲର ସୁରକ୍ଷା ପାଇଁ ଜନସାଧାରଣ ଆଗେଇ ଆସିବାକୁ ନିବେଦନ କରିଛନ୍ତି ।