ସୁପ୍ରିମକୋର୍ଟ ଜର୍ଜମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ : ଗତକାଲି ପୂର୍ବାହ୍ନରେରେ ସୁପ୍ରିମକୋର୍ଟର ତିନିଜଣ ଜର୍ଜ ପୁର୍ଥକ ପୁର୍ଥକ ସମୟରେ କୋଣାର୍କ ଆସି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମେ ଗତକାଲି ସକାଳ ୧୦ଟା ରେ ବି .ଆର. ଗଭାରୀ ସୂର୍ଯ୍ୟ ମନ୍ଦିର ଆସି ପରିଦର୍ଶନ କରିଗଲାପରେ ଆର ଶୁଭ୍ର ମନ୍ୟମ ଓ ଉଦୟ ଉମେଶ ଲଳିତ ଅଧଘଣ୍ଟା ବ୍ୟବଧାନରେ କୋଣାର୍କ ଆସି ସୂର୍ଯ୍ୟ ମନ୍ଦିର ବୁଲିବା ସହ ମନ୍ଦିରରେ ନିର୍ମିତ ସୁନ୍ଦର ଓ ଶୁଷ୍କ ମନଲୋଭା କାରୁକାର୍ୟ୍ୟ ଦେଖି ଅତୀବ ଆନନ୍ଦିତ ହୋଇଥିଲେ । ମନ୍ଦିର ବିଷୟରେ ସମସ୍ତ ତଥ୍ୟ ଭୁବନେଶ୍ବରରୁ ଆସିଥିବା ଏଏସଆଇର ତାଲିମ ପ୍ରାପ୍ତ ଗାଇଡ଼ ବିଚାର ପତି ମାନଙ୍କୁ ଅବଗତ କରାଇଥିଲେ । ମାନ୍ୟବର ବିଚାରପତିମାନେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ପାଖରେ ପହଞ୍ଚିଲା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ,ଅତିର ଜିଲ୍ଲାପାଳ ପ୍ରଦୀପ୍ତ ସାହୁ ଓ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିସନ କୁମାର ପର୍ୟ୍ୟାୟ କ୍ରମେ ବିଚାରପତିମାନଙ୍କୁ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ନିମାପଡା ଏସଡିପିଓ ପ୍ରଦୀପ ଦଳାଇ ଓ ଏଏସଆଇର ସ୍ଥାନୀୟ ଅଧିକାରୀ ନିରଜ ସିଂ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟ ବିଚାରପତିମାନଙ୍କ ଗ୍ରସ୍ତକୁ ଦୁଷ୍ଟିରେ ରଖି କୋଣାର୍କ ଥାନାପକ୍ଷରୁ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତୁତ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

Leave A Reply

Your email address will not be published.