ପରିବହନ ବିଭାଗ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କୁ ଭେଟିଛନ୍ତି ଯୁବନେତା ପ୍ରିତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଦୀର୍ଘ ୨୫ ବର୍ଷ ଧରି ଲାଗିରହିଥିବା ଗମନାଗମନ ସମସ୍ୟା ବିଷୟରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ସହ ସାକ୍ଷାତ ଆଲୋଚନା କରି ପଦ୍ମପୁର ଅଂଚଳର ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ଦାବି ଜଣାଇଛନ୍ତି ବିଜେପି ଯୁବନେତା ପ୍ରିତେଶ ବହିଦାର । ଦୀର୍ଘ ଦୁଇ ଦଶନ୍ଧି ଭିତରେ ଗମନାଗମନ ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀର ପଦ୍ମପୁର ଉପଖଣ୍ଡ ମୁଖ୍ୟାଳୟ ଠାରେ ବସଷ୍ଟାଣ୍ଡର ସମସ୍ୟା ରହିଛି । ପଦ୍ମପୁର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ ରହିଛି ହେଲେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି ରହିଛି । ଉପଖଣ୍ଡର ଝାରବନ୍ଧ ଭଡା ଠାରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଦୂରତା ୧୫୦ କିମିରୁ ଅଧିକ ଦୂର ଅତିକ୍ରମ କରି ଆର୍‌ଟିଓ କାର୍ଯ୍ୟାଳୟକୁ ଗଲେ ଦୁଇଦିନ ସମୟ ଲାଗୁଛି ଯାହା ସମୟ ସାପେଖ୍ୟ ଓ ଖର୍ଚ୍ଚାନ୍ତ ହେବାସହ ବହୁ ହଇରାଣ ହରକତ ହେବାକୁ ପଡୁଛି । ଫଳରେ ପଦ୍ମପୁର ଠାରେ ଏକ ଉପଖଣ୍ଡ ଆର୍‌ଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ପଦ୍ମପୁରରୁ ରାଜଧାନୀ ଭୁବନେଶ୍ୱରକୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ବସ୍ ଚଳାଚଳ କରିବାକୁ ଆଲୋଚନା କରିଛନ୍ତି ଯାହାର ସମାଧାନ ହେଲେ ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଂଚଳର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ ବୋଲି ଆଲୋଚନା କରିଛନ୍ତି ।

Leave A Reply

Your email address will not be published.