jayashree

ବଲାଙ୍ଗିର ତାଲପାଲିପଡ଼ା ଭାଗବତ ମନ୍ଦିର ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନଏସ୍) : ବଲାଙ୍ଗିର ସହର ଏବେ କ୍ରାଇମ ସିଟି ପାଲଟିବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ଅପରାଧ ଘଟାଇ ବିନ୍ଦାସ୍‌ ବୁଲୁଛି ଅପରାଧୀ । ହେଲେ ବଲାଙ୍ଗିର ପୋଲିସ ଅପରାଧୀକୁ ଧରୁଛି ନା ଅପରାଧୀଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତଙ୍କ କେସ୍‌ ରଖୁଛି । ଏମେତି ଏକ ଅଭିଯୋଗ ଆଣି ଆଜି ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସହରର ତାଲପାଲିପଡ଼ାର ଶ୍ରୀକାନ୍ତ ବଗର୍ତ୍ତି (୨୦) । ଶ୍ରୀକାନ୍ତଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ଦିନ ରାତି ପାଖାପାଖି ୧୦ଟା ସମୟରେ ତଲାପାଲିପଡ଼ାର ଭାଗବତ ମନ୍ଦିର ନିକଟରେ ଠିଆ ହୋଇଥିବା ସମୟରେ ସେହି ପଡ଼ାର ଚାରି ଜଣ ଯୁବକ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଶ୍ରୀକାନ୍ତଙ୍କୁ ବଞ୍ଚାଇବା ପାଇଁ ଆସିଥିବା ତାଙ୍କ ମା’ ଓ ତାଙ୍କ ବଡ ଭାଇଙ୍କୁ ବି ସେମାନେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଆକ୍ରମଣ କରିଥିବା ଚାରି ଜଣ ଯୁବକଙ୍କ ନାମ ହେଉଛି ରାଜା, ଶେଖର, ଲିପୁ ଓ ସମୀର ବୋଲି ଶ୍ରୀକାନ୍ତ କହିଥିବା ବେଳେ ଏନେଇ ସେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲା ପରେ ଟାଉନ ପୋଲିସ ନା ଆକ୍ରମଣକାରୀଙ୍କୁ ଧରୁଛି ନା ତାଙ୍କ ନାମରେ କୌଣସି ମାମଲା ରୁଜୁ କରୁଛି । ଫଳରେ ଆଜି ବାଧ୍ୟ ଶ୍ରୀକାନ୍ତ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି ।

Leave A Reply

Your email address will not be published.