centurian jitm

ବେକରେ ରଶି ଲଗାଇ ଗଛରେ ଝୁଲୁଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

nschool

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ନିକଟସ୍ଥ ଗଙ୍ଗାସାଗର ନିକଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ପାଟଣାଗଡ଼ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସକାଳୁ କିଛି ଗ୍ରାମବାସୀ ଜଣେ ଯୁବକଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠେଇ ଦେଇଥିବା ଜଣାପଡିଛି । ମୃତ ଯୁବକ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ ନିବାସୀ ମକରଧ୍ୱଜ ବିଭାରଙ୍କ ପୁଅ ସୁଜିତ ବିଭାର(୩୦) ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ପାଟଣାଗଡ଼ ଥାନା ୟୁଡି କେସ ନଂ ୧୬/୨୦୨୩ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଘଟଣାର ତଦନ୍ତ ଚାଲିଥିବା ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.