ଅମ୍ବାପାଲି ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଅତାବିରାର ଏମ୍‌ଡି କଶିମ(୨୫) ବୋଲି ଜଣାପଡିଛି । ପାଖରେ ଏକ ପଲସର୍‌ ବାଇକ(ଓଡି୧୫ଏ ୧୦୩୧) ପଡିଛି । ଆଜି ସକାଳୁ ଖବର ପାଇବା ପରେ ବରଗଡ଼ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.