oom

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ : ଯୁବକ ମୃତ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଶାନ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଗଡ଼ିଲା ମୁଣ୍ଡ । ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିର ହାଉସ ଆପାର୍ଟମେଣ୍ଟ ଆଗରେ ଦୁଇ ଯୁବକ ଖଣ୍ଡାରେ ଆକ୍ରମଣ । ଘଟଣାସ୍ଥଳରେ ବିଦ୍ୟାଧର ପାଣିଗ୍ରାହୀ ଓରଫ ଲଡୁ(୨୧) ମୃତ୍ୟୁ ଘଟିଛି । ସେହିପରି ଆକ୍ରମଣରେ ନରସିଂହ ସାହୁ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ବଡ଼ ବଜାର ଥାନା ଆଇଆଇସି ବାବା ଶଙ୍କର ସରାଫ କହିଛନ୍ତି । ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତ୍ରୀରେ ବିଦ୍ୟାଧର ଓ ନରସିଂହ ଘରକୁ ଫେରୁଥିଲେ । ଏହି ସମୟରେ ଜଗବନ୍ଧୁ ବନ୍ଧ ପାର୍ଶ୍ଵରେ ୫ରୁ ଅଧିକ ଯୁବକ ବିଦ୍ୟାଧରଙ୍କୁ ଟାଣି ନେଇଥିଲେ । ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିବାକୁ ଲାଗିଥିଲେ । ନରସିଂହ ଛଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାର ଚୋଟ ମାରିବାରେ ଲାଗିଥିଲେ । ସ୍ଥାନୀୟ ଯୁବକ ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ନରସିଂହଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେ ସୁସ୍ଥ ହୋଇ ଫେରିଛନ୍ତି । ଘଟଣା ସ୍ଥଳରେ ଆଇଆଇସିଙ୍କ ସମେତ ପୁଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ଠାକୁରାଣୀ ଯାତ୍ରା ସମୟରେ ବିଦ୍ୟାଧର ଅନ୍ୟ ସହଯୋଗୀଙ୍କୁ ନେଇ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଥିଲେ । ଉକ୍ତ ମାମଲାରେ ଜେଲ ଯାଇ ବେଲରେ ଆସିଥିଲେ ।

Leave A Reply

Your email address will not be published.