ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଟ୍ରେନ୍ ଟ୍ରାକ୍ରେ ଆତ୍ମହତ୍ୟା କଲେ ଯୁବକ । ହ୍ୱାଟ୍ସ୍ଅପ୍ରେ ଫେମିଲିର ଷ୍ଟାଟ୍ସ୍ ଦେବା ସହ ନିଜ ସ୍ତ୍ରୀ ଓ ତାଙ୍କ ବଡ଼ ଭାଇକୁ ସରି ଆଇ କୁଇଟ୍ ମାଇଁ ଲାଇଭ୍ କହି ଜୀବନ ହାରି ଦେଇଛନ୍ତି ଜଣେ ଯୁବକ । ଯୁବକ ଜଣକ ବଲାଙ୍ଗିର ସହରର ଶାନ୍ତିପଡ଼ାର ପ୍ରେମରାଜ ଭୋଇ ଓ ସେ ସହରର ଜଣାଶୁଣା ଓମ୍ ମିକ୍ସଚର ଆଣ୍ଡ ସୁଇଟ୍ରେ କାମ କରୁଥିଲେ । ନିତିଦିନ ଭଳିଆ ଯେମିତି ଡ଼୍ୟୁଟି ଯାଆନ୍ତି ପ୍ରେମରାଜ ସେଭଳି ଡ଼୍ୟୁଟି ଯାଇ ଘରକୁ ଆସି ତାଙ୍କ ଦୁହି ଛୁଆଙ୍କୁ କୋଚିଙ୍ଗରୁ ଘରକୁ ଆଣିଥିଲେ ଓ ସେ ପୁଣି ଡ଼୍ୟୁଟି ଯାଉଛି କହି ଘରୁ ବାହାରିଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୁଜି କଲା ପରେ ମଧ୍ୟ ଘର ଲୋକେ ଆଉ ପାଇ ନଥିଲେ । ଶେଷରେ ଶଙ୍କରଭୋଜି ଟ୍ରେନ୍ ଟ୍ରାକ୍ରେ ପ୍ରେମରାଜ ନୀଜର ଜୀବନ ହାରି ଦେଇଥିବା ଘର ଲୋକ ଜାଣିବାକୁ ପାଇଥିଲେ । ବଲାଙ୍ଗିର ରେଲେୱେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ ସ୍ଥିତ ଶବ ବବ୍ୟଚ୍ଛେଦ ଗୃହକୁ ପଠାଇଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତେବେ ଏମିତି କ’ଣ ହେଲା ଯେ, ପ୍ରେମରାଜ ନିଜ ଜୀବନ ହାରିକାକୁ ବାଧ୍ୟ ହୋଇ, କ’ଣ ରହିଛି ଏହାର କାରଣ । ଘଟଣାର ତଦନ୍ତ ପରେ ପୁରା ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Prev Post