ଚୌଦ୍ୱାର : ସ୍କୁଟି ଉପରେ ଚଢ଼ିଗଲା ହାଇୱା । ଫଳରେ ଯୁବକ ମୃତ । ତେବେ କଟକ ସିଡିରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ମଧୁସୂଦନ ସେତୁ ଉପରେ ଆକ୍ଟିଭାକୁ ଏକ ଚିପ୍ସ ବୋଝେଇ ହାଇୱା ଧକ୍କା ଦେଇ ଚଢି ଯାଇଥିଲା । ଫଳରେ ଗାଡି ଚକା ତଳେ ଯୁବକ ଜଣକର ଗୋଡ଼ ଓ ହାତ ରହିଥିବା ବେଳେ ହାଇୱା ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା । ଏନେଇ ଖବର ପାଇ ଚୌଦ୍ୱାର ଓ ସିଡିଏ ଫେଜ୨ ପୁଲିସ ପହଞ୍ଚି ହାଇୱା ଚକା ତଳୁ ଯୁବକ ଜଣକୁ ବାହାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲେ । ଯୁବକ ଜଣକର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି । ହେଲେ ବର୍ତ୍ତମାନ ସୁଦ୍ଧା ଯୁବକର ପରିଚୟ ଜଣା ପଡ଼ିନଥିବା ବେଳେ ଆକ୍ଟିଭା ନମ୍ବରରୁ ନିଆଳି ଥାନା ଗୋପୀନାଥପୁର ଜଳାଲପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ପୁଲିସ ଦୁଇଟି ଗାଡିକୁ ଜବତ କରି ତଦନ୍ତ କରୁଛି ।
Next Post