ommm
jittmm

ରେଳ ଧାରଣାରୁ ଲୁହା ପ୍ଲେଟ ଚୋରିକରୁଥିଲେ : ଦୁଇ ଯୁବକଙ୍କୁ ମାଡିବସିଲେ ରେଳବିଭାଗ

ଭଦ୍ରକ : ରେଳ ଧାରଣାରୁ ଲୁହା ପ୍ଲେଟ ଓ ଲୁହା ଖଣ୍ଡ ଚୋରି କରୁଥିଲେ । ଏତିକିବେଳେ ମାଡ଼ି ବସିଲା ରେଳ ବିଭାଗ କର୍ମଚାରୀ । ବିପୁଳ ଲୁହା ପ୍ଲେଟ ସହ ଦୁଇ ଅଟକ ରହିଛନ୍ତି । ଭଦ୍ରକ ଜିଲ୍ଲା ବାଉଦପୂର୍ ଷ୍ଟେସନ ନିକଟରେ ଏକ ନିକାଞ୍ଚନ ସ୍ଥାନରେ ଦୁଇ ଯୁବକ ବୁଲୁଥିବା ବେଳେ ରେଳ ବିଭାଗର ଟ୍ରେନ୍ ଲାଇନ ମରାମତି ଦାୟିତ୍ଵରେ ଥିବା କେତେକ କର୍ମଚାରୀ ଦେଖିଥିଲେ । ସନ୍ଦେହ ହେବାରୁ ସେମାନଙ୍କ ନିକଟକୁ ଯିବା ବେଳେ ଦୁଇ ଯୁବକ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ କେତେକ କର୍ମଚାରୀ ଦୁଇ ଜଣଙ୍କୁ କାବୁ କରିଥିଲେ । ତେବେ ପରେ ସେମାନଙ୍କ ନିକଟରୁ ରେଳ ଧାରଣାରେ ବ୍ୟବହାର ହେଉଥିବା କେତେକ ଲୁହା ପ୍ଲେଟ ଓ ଲୁହା ଖଣ୍ଡ ଜବତ୍ ହୋଇଥିଲା । ଘଟଣା ବିଷୟରେ ରେଳବାଇ ପୋଲିସକୁ ଅବଗତ କରିବା ପରେ ଆରପିଏଫ ଆସି ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଲୁହା ପ୍ଲେଟ ଗୁଡ଼ିକୁ ଜବତ କରିଛି । ଏହି ଲୁହା ପ୍ଲେଟ ଗୁଡ଼ିକୁ ରେଳ ଧାରଣାରୁ କେଉଁ ସ୍ଥାନରୁ ବାହାର କରାଯାଇଛି ସେ ନେଇ ଯାଞ୍ଚ ଆରମ୍ଭ ହୋଇଚି । ଅଟକ ଯୁବକ ଦୁଇ ଜଣ କେଉଁ ଅଞ୍ଚଳର ଓ କେଉଁ ଉଦ୍ଦେଶ୍ୟରେ ଟ୍ରେନ ଲାଇନରୁ ଲୁହା ପ୍ଲେଟ କଢ଼ା ଯାଉଥିଲା ସେ ନେଇ ପଚରାଉଚରା ଆରମ୍ଭ କରିଛି ଆରପିଏଫ ।

Leave A Reply

Your email address will not be published.